Only for Entertainment

୨୦୧୮ରେ ବାଜି ମାରିଲେ ଓଲିଉଡ ଅଭିନେତା ସବ୍ୟସାଚୀ । ଏକା ସାଙ୍ଗରେ ୩ଟି ଫିଲ୍ମ

odishabuzz
0 56

ଓଲିଉଡ ସୋବର ବୟ ସବ୍ୟସାଚୀଙ୍କୁ ଗତବର୍ଷ କେବଳ ଗୋଟିଏ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ । ପ୍ରତିବର୍ଷ ସାଧାରଣତଃ ତାଙ୍କର ଏକାଧିକ ଓଡିଆ ସିନେମା ପରଦାକୁ ଆସିଥାଏ । ତେବେ ସେ ଯାହା ହେଉନା କାହିଁକି ୨୦୧୮ରେ ସେ ଫର୍ମକୁ ଫେରିବେ ବେଲି ଆଶା କରାଯାଉଛି । ଚଳିତ ବର୍ଷ ସବ୍ୟସାଚୀଙ୍କର ଅନୁନ୍ୟ ତିନୋଟି ଫିଲ୍ମ ରିଲିଜ ହେବ ବୋଲି କୁହାଯାଉଛି । ଏଥିମଧ୍ୟରୁ ପ୍ରଥମେ ଆସିବ ସାର୍ଥକ ମ୍ୟୁଜିକ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଟୋକାଟା ଫସିଗଲା’ । ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ପ୍ରଥମଥର ପାଇଁ ନଜର ଆସିବେ ଏଲିନା ସାମନ୍ତରାୟ । ଏତଦବ୍ୟତୀତ ପପୁ ପମପମ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ତା’ପରେ ସବ୍ୟସାଚୀଙ୍କୁ ତେଲଗୁ-ଓଡିଆ ଦ୍ୱିଭାଷୀ ସିନେମା ‘ଅମର ପ୍ରେମ’ରେ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମରେ ସବ୍ୟସାଚୀଙ୍କ ବିପକ୍ଷରେ ନବାଗତା କାରୁଣ୍ୟା ଚୌଧୁରୀ ନାୟିକା ଭାବେ ନଜର ଆସିବେ । ଏହା ବ୍ୟତୀତ ଏହି ଫିଲ୍ମରେ ମହେଶ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଦାଦି ଆପାଲା ନାଇଡୁଙ୍କ ପ୍ରଯୋଜିତ ‘ଅମର ପ୍ରେମ’ର ନିର୍ଦ୍ଦେଶନା ଦେଇଛନ୍ତି ଆବାନ ଆଲ୍ଲା ।

୨୦୧୮ରେ ସବ୍ୟସାଚୀଙ୍କ ଅଭିନୀତ ଅନ୍ୟ ଏକ ପ୍ରତିକ୍ଷିତ ସିନେମା ହେଲା ‘ଯେତେ ଗୋରୀ ସେତେ ଷ୍ଟୋରୀ’ । ଏହି ଫିଲ୍ମରେ ସବ୍ୟସାଚୀଙ୍କ ନାୟିକା ସାଜିଛନ୍ତି ରାଧିକା । କୁହାଯାଇପାରେ ସବ୍ୟସାଚୀ ଆଗରୁ ଯେଉଁ ନାୟିକାଙ୍କ ସହିତ ଅନସ୍କ୍ରିନ ରୋମାନ୍ସ କରିବାର ସୁଯୋଗ ପାଇନଥିଲେ, ସେଭଳି ନାମକରା ଓ ଦୁଇ ନବାଗତାଙ୍କ ସହିତ ପରଦା ଉପରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More