Only for Entertainment

ସଚିନ ତେନ୍ଦୁଲକର-ଅମିତାଭ ବଚ୍ଚନ ଭିଡିଓ ସେୟାର କରି ଲତା ମଙ୍ଗେସକରଙ୍କୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା, ଦେଖନ୍ତୁ କ’ଣ କହିଲେ ଏହି ଦୁଇ ସେଲିବ୍ରିଟି

latestly
33

ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ଆଜି ନଜର ୯୦ ତମ ଜନ୍ମଦିନ ପାଳନ କରିଛନ୍ତି । ସଂଙ୍ଗୀତ ଦୁନିଆର ଏହି ମହାନ ବ୍ୟକ୍ତିତ୍ୱଙ୍କୁ କେବଳ ବଲିଉଡ ନୁହେଁ ସମସ୍ତ କ୍ଷେତ୍ରର ବଡ ବଡ ମହାରଥିମନେ ଶୁଭେଚ୍ଛା ଜଣାଇଛନ୍ତି ।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଲତା ମଙ୍ଗେସକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଇଂଷ୍ଟାଗ୍ରାମରେ ସଚିନ ଭିଡିଓ ସେୟାର କରି କହିଛନ୍ତି ଲତା ମଙ୍ଗେସକରଙ୍କ ଚରିତ୍ର ତାଙ୍କ ଜୀବନରେ ମା’ଠାରୁ କମ ନୁହେଁ । ଏହା ସହିତ ତାଙ୍କ ବିଷୟରେ ଅନେକ କିଛି ଏହି ଭିଡିଓରେ ସେ ଲତାଙ୍କ ପାଇଁ ସେୟାର କରିଛନ୍ତି ।

 

View this post on Instagram

 

Wishing @mangeshkar.lata didi a very very Happy 90th birthday. May God bless you with the best of health and happiness.

A post shared by Sachin Tendulkar (@sachintendulkar) on

ସେହିଭଳି ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଟ୍ୱିଟରରେ ଏକ ଭିଡିଓ ସେୟାର କରି ଲତା ମଙ୍ଗେସକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବିଗ ବି ଏହି ଭିଡିଓ ଆରମ୍ଭ ଲତା ମଙ୍ଗେସକରଙ୍କୁ ପ୍ରଣାମ ଏବଂ ଚରଣସ୍ପର୍ଶ କହି ଆରମ୍ଭ କରିଛନ୍ତି । ତାଙ୍କ ଜୀବନରେ ଲତା ମଙ୍ଗେସକରଙ୍କ ଯୋଗଦାନ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More