Only for Entertainment

ରାସ୍ତାରେ ଶ୍ରମିକଙ୍କ ସହ କ୍ରିକେଟ ଖେଳିଲେ ସଚ୍ଚିନ, ଭିଡିଓ ହେଲା ଭାଇରାଲ !

dna india
0 50

ଆଇପିଏଲ ଚାଲିଛି ଏବଂ ସମସ୍ତ ଖେଳାଳୀ ଚାମ୍ପିଅନର ସଂଘର୍ଷରେ ଜୋରସୋର ଲାଗି ପଡିଛନ୍ତି । ଏହାମଧ୍ୟରେ ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ଦେଖି ପ୍ରଶଂସକମାନେ ଖୁବ ଉତ୍ସାହିତ ହେଉଛନ୍ତି । କ୍ରିକେଟର ଈଶ୍ୱର ତଥା ସଚ୍ଚିନ ତେନ୍ଦୁଲକର ମୁମ୍ବାଇର ଏକ ଗଳିରେ କ୍ରିକେଟ ଖେଳୁଥିବାର ନଜର ଆସିଥିଲେ । ସେ ମେଟ୍ରୋ କନସ୍ଟ୍ରକ୍ସନ କର୍ମଚାରୀଙ୍କ ସହ କ୍ରିକେଟ ଖେଳୁଥିବାର ନଜରକୁ ଆସିଛନ୍ତି ।

ଲୋକମାନେ ସଚ୍ଚିନଙ୍କ ଏଭଳି ଅବତାର ପ୍ରଥମଥର ପାଇଁ ଦେଖିବାକୁ ପାଇଛନ୍ତି । ସବୁବେଳେ ଗ୍ରାଉଣ୍ଡରେ ନଜର ଆସୁଥିବା କ୍ରିକେଟର ପ୍ରଥମ ଥର ପାଇଁ ଗଳିରେ କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି । ସଚ୍ଚିନ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସର ମେଂଟର ଏବଂ ସେ ମ୍ୟାଚରେ ନଜର ଆସନ୍ତି । ମାତ୍ର ଏଥର ସୋସିଆଲ ମିଡିଆରେ ଲୋକମାନେ ତାଙ୍କର ଗଳି କ୍ରିକେଟ ଦେଖିବାକୁ ପାଇଛନ୍ତି ।

ଭିଡିଓ ରବିବାରର ଅଟେ । ସେଠାରେ ସେ କିଛି ଛୁଆମାନଙକ୍କୁ କ୍ରିକେଟ ଖେଳୁଥିବାର ଦେଖି ତାଙ୍କ ପାଖକୁ ଯାଇଥିଲେ । ଛୁଆମାନେ ସଚ୍ଚିନଙ୍କୁ ଦେଖି ଖୁବ ଖୁସି ହୋଇଯାଇଥିଲେ । ଏହାପରେ ସଚ୍ଚିନ ବଲ ଧରାଇ ବ୍ୟାଟିଂ କରିବା ଆରମ୍ଭ କରିଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More