Only for Entertainment

‘ସେକ୍ରେଡ ଗେମ୍ସ’ରେ ଏହିଭଳି ପଙ୍କଜ ତ୍ରିପାଠୀଙ୍କୁ ମିଳିଥିଲା ଗୁରୁଜୀଙ୍କ ଭୂମିକା, ଦେଖନ୍ତୁ ଅଡିସନ ଭିଡିଓ

latestly
57

ଏବେ ସମସ୍ତଙ୍କ ଉପରେ ‘ସେକ୍ରେଡ ଗେମ୍ସ ୨’ର ଯାଦୁ ଚଢିବାରେ ଲାଗିଛି । ପ୍ରତମ ସିଜିନ ପରି ଏହାର  ନୂଆ ସିଜିନ ମଧ୍ୟ ଦର୍ଶକଙ୍କୁ ଖୁବ ମନୋରଂଜନ କରୁଛି । ଖାସ କରି ଅଭିନେତା ପଙ୍କଜ ତ୍ରିିପାଠୀଙ୍କ ଗୁରୁଜୀ ଭୂମିକା ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି ।

ଏବେ ନେଟଫ୍ଲିକ୍ସର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ପଙ୍କଜ ତ୍ରିପାଠୀଙ୍କୁ କିପରି ଗୁରୁଜୀ ଭୂମିକା ମିଳିଲା ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ପଙ୍କଜ ତ୍ରିପାଠୀ ପ୍ରଥମେ ଗଣେଶ ଗାୟତୋଣ୍ଡେଙ୍କ ଡାଇଲଗ ପରେ ବଣ୍ଟିର ଡାଇଲଗ କୁହନ୍ତି । କିନ୍ତୁ ଖରାପ ଭାଷା ପାଇଁ ଏହି ରୋଲ କରିବା ପାଇଁ ମନା କରିଦିଅନ୍ତି । ଏହା ପରେ ଗୁରୁଜୀ ଡାଇଲଗ କୁହାନ୍ତି ଏବଂ ଏହି ଭୂମିକା ପାଇଁ ହଁ  କରନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି ।

ଦେଖନ୍ତୁ ଭିଡିଓ-

ଆପଣଙ୍କୁ  କହିରଖୁଛୁ ଯେ, ‘ସେକ୍ରେଡ ଗେମ୍ସ’ରେ ପଙ୍କଜ ତ୍ରିପାଠୀଙ୍କ ବ୍ୟତିତ ସୈଫ ଅଲ୍ଲୀ ଖାନ, ନବାଜୁଦ୍ଦିନ ସିଦ୍ଦିକି, ସୁରବୀନ  ଚାୱଲା, ରଣବୀର ଶୌରୀ, କଲକୀ କୋଚଲିନଙ୍କ ପରି କଲାକାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଅନୁରାଗ କଶ୍ୟପ ଏବଂ ନୀରଜ ଘାୟବାନ ‘ସେକ୍ରେଡ ଗେମ୍ସ ୨’ର ନିର୍ଦ୍ଦେଶନା ଦେଇଛନ୍ତି । ସ୍ୱାଧିନତା ଦିବସରେ ଏହାକୁ ନେଟଫ୍ଲିକ୍ସରେ ରିଲିଜ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More