Only for Entertainment

ଶୀତଦିନେ କେଶରର ବ୍ୟବହାର ।

aliexpress.com
29

ଖାଇବାର ସ୍ୱାଦ ଏବଂ ରଙ୍ଗ ବଦଳାଇବା ପାଇଁ ଆମେ କେଶର ବ୍ୟବହାର କରିଥାଉ। କିନ୍ତୁ ଏହା ରୋଷେଇରେ ବହୁତ କମ୍‌ ବ୍ୟବହାର କରାଯାଏ। କାରଣ ଏହାର ଦାମ୍ ସବୁଠାରୁ ଅଧିକ ଥାଏ ।

ଶୀତ ଦିନେ ଥଣ୍ଡା ଓ କାଶରୁ ରକ୍ଷା ପାଇବା ପାଇଁ କେଶର ସେବନ କରାଯାଏ। ଖାଦ୍ୟରେ ଏହାକୁ ମିଶାଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ଏଥିରେ ଥିବା ଔଷଧୀୟ ଗୁଣ ଆମ ଶରୀରର ଅନେକ ରୋଗକୁ ଭଲ କରିଥାଏ। କେଶର ଶରୀରକୁ ଗରମ ରଖିବା ସହିତ ଥଣ୍ଡା ଓ କାଶ ରୋକିବାରେ ସାହାଯ୍ୟ କରିଥାଏ।

ଆସନ୍ତୁ ଜାଣିବା ଶୀତଦିନେ କେଶରକୁ କିପରି ଖାଦ୍ୟରେ ବ୍ୟବହାର କରିବେ:-

କେଶର ଚା’:- କେଶରରେ ତିଆରି ଚା’ ଥଣ୍ଡା ଦିନେ ଶରୀର ପାଇଁ ବେଶ ଉପକାରୀ ଅଟେ। ଏହା ଖାଦ୍ୟ ହଜମ କରିବା ସହ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଇଥାଏ। ଏଥିରେ ଲବଙ୍ଗ ଓ ଡାଲ୍‌ଚିନି ପକାଇ ପିଇ ପାରିବେ। ଏହାସହ ଏଥିରେ ଗୁଜୁରାତି ଓ ଚା’ ପତି ପକାଇ ମଧ୍ୟ ପିଇ ପାରିବେ।

ଗରମ କ୍ଷୀରରେ ମିଶାନ୍ତୁ:- ଥଣ୍ଡାଦିନେ କେଶରକୁ ଗରମ କ୍ଷୀରରେ ମିଶାଇ ପିଅନ୍ତୁ। ଏହାର ସୁଗନ୍ଧ ଓ ସ୍ୱାଦ ଶରୀରର ଥକା ପଣ ଦୂର କରିବା ସହ ମାନସିକ ଶାନ୍ତି ମଧ୍ୟ ଦେଇଥାଏ। ଏହା ଦ୍ୱାରା ଭଲ ନିଦ ହୁଏ।

ମୁଣ୍ଡରେ ଲଗାନ୍ତୁ:- ଥଣ୍ଡା, କାଶରୁ ମୁକ୍ତି ପାଇବା ପାଇଁ ଗରମ ପାଣିରେ କେଶର ମିଶାଇ ମଥାରେ ଲଗାନ୍ତୁ। ଏହା ଥଣ୍ଡାର ପ୍ରଭାବକୁ ହ୍ରାସ କରିଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ଏହା ତ୍ୱାଚା ପାଇଁ ‌ମଧ୍ୟ ବେଶ ଲାଦାୟକ ଅଟେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More