Only for Entertainment

ପୋଲିସକୁ ଦେଖି ବର୍ଥଡେ ପାର୍ଟିରୁ ଲୁଚି ପଳାଇଲେ ଶାହାରୁଖ,ଜାଣନ୍ତୁ କାହିଁକି ।

youtube
31

ଗତକାଲି ଅର୍ଥାତ ନଭେମ୍ବର ୨ରେ ଥିଲା ବଲିଉଡର ବାଦଶାହ ଶହାରୁଖଙ୍କ ଜନ୍ମଦିନ । ଯାହାକୁ ନେଇ ବଲିଉଡ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଥିବା ନଜର ଆସିଥିଲା । ଏହାର ପୂର୍ବ ରାତି ୧୨ଟାରେ ଶାହାରୁଖଙ୍କୁ ଶୁଭେତ୍ସା ଜଣାଇବା ପାଇଁ ତାଙ୍କ ଘର ମନ୍ନତ ବାହାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା ଏବଂ ବାଲକୋନିକୁ ଆସି ଶାହାରୁଖ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ତାଙ୍କ ଜନ୍ମଦିନ ଉପଲକ୍ଷେ ଗତକାଲି ଫିଲ୍ମ ଜିରୋର ଟ୍ରେଲର ମଧ୍ୟ ରଇଳିଜ କରାଗଲା । ତେବେ ରାତିରେ ଖୁବ ଧୁମଧାମରେ ପାଳନ କରାଗଲା ବାଦଶାହଙ୍କ ଜନ୍ମଦିନ । ପାର୍ଟିରେ ସେ ତାଙ୍କର ଆଗାମୀ ସିନେମା ‘ଜିରୋ’ର ସହ କଳାକାର କାଟ୍ରିନା କୈଫ୍‌, ଅନୁଷ୍କା ଶର୍ମା ,ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟ ଏବଂ ସଙ୍ଗୀତକାର ଅଜୟ-ଅତୁଲଙ୍କ ସମେତ କେତେକ ପାରିବାରିକ ବନ୍ଧୁଙ୍କ ସହ ମସ୍ତି କରୁଥିଲେ। ଖାଲି ସେତିକି ନୁହେଁ ଏହି ପାର୍ଟିରେ ଅଭିନେତ୍ରୀ ସ୍ୱରା ଭାସ୍କର, ନିର୍ଦ୍ଦେଶକ ନିଖିଲ ଆଡଭାନି  ଏବଂ ନୃତ୍ୟ ନିର୍ଦ୍ଦେଶକ ବୋସ୍କୋ ସିଜର୍‌ ପ୍ରମୁଖ ବି ଉପସ୍ଥିତ ଥିଲେ। ଶାହରୁଖ୍‌ ଖାନ୍‌ଙ୍କ ଏହି ବାର୍ଥ ଡେ ପାର୍ଟି  ବିଳମ୍ବିତ ରାତିଯାଏଁ ଏକ ଜଣାଶୁଣା ରେସ୍ତୁରାଁରେ ଚାଲିଥିଲା। ସେଠାରେ ଏତେ ଜୋରରେ ମ୍ୟୁଜିକ୍‌ ବାଜୁଥିଲା ଯେ ତାହା ବିରକ୍ତିକର ଲାଗୁଥିଲା।

ହଠାତ୍‌ ସେଠାରେ ପୁଲିସ୍‌ ପହଞ୍ଚି ସେହି ପାର୍ଟି ବନ୍ଦ କରିବାଲାଗି ନିର୍ଦ୍ଦେଶ ଦେଇଥିଲା। ରେସ୍ତୁରାଁରେ ପୁଲିସ୍‌ ପହଞ୍ଚିବା ଦେଖି  ବଲିଉଡର ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌ ସେଠାରୁ ଲୁଚି ପଳାଇଥିଲେ। ଏହାପରେ ସେଲିବ୍ରେସନ୍‌ ବନ୍ଦ ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More