Only for Entertainment

ଜାଣନ୍ତୁ ସଲମାନ ଓ ଶାହାରୁଖଙ୍କ ମଧ୍ୟରେ ନମ୍ବର ୧ କିଏ,କାହାର ଫ୍ୟାନ ଫଲୋଇଙ୍ଗ ସବୁଠାରୁ ଅଧିକ?

youtube
0 51

ବଲିଉଡରେ ୩ ଜଣ ଖାନଙ୍କ କଥା ଆଲୋଚନା କଲେ କିଏ କାହାଠରୁ କମ ନୁହଁନ୍ତି । କିନ୍ତୁ ଯଦି ସଲମାନ ଏବଂ ଶାହାରୁଖଙ୍କ କଥା ଆଲୋଚନା କରାଯାଏ ତେବେ ପ୍ରଶ୍ନ ଆସେ କାହାର ଫ୍ୟାନ ଫଲୋଇଙ୍ଗ ସବୁଠାରୁ ଅଧିକ ।
ଫିଲ୍ମ କଥା ଆଲୋଚନା କରାଯିବ ତ ବକ୍ସ ଅଫିସରେ ସଲମାନ ଏବେ ଖୁବ ଧୁମ ମଚାଇଛନ୍ତି । ପ୍ରତି ବର୍ଷ ତାଙ୍କର ବ୍ଲକ ବଷ୍ଟର ଫିଲ୍ମ ରିଲିଜ ହେଉଛି । ୨୦୧୦ରେ ତାଙ୍କ କ୍ୟାରଅର ଗ୍ରାଫ ବଦଳିଯାଇଛି । ୨୦୧୦ରେ ରିଲିଜ ହୋଇଥିବା ଦବଙ୍ଗରେ ଚୁଲବୁଲ ପାଣ୍ଡେ ଅଭିନୟ କରି ସେ ବକ୍ସ ଅଫିସର କିଙ୍ଗ ବୋଲି ପ୍ରମାଣିତ କରିଥିଲେ । ଏହାପରେ ରେଡି,ବଡି ଗାର୍ଡ଼ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ୨୦୧୨ରେ ଏକଥା ଟାଇଗର ତାଙ୍କ ପାଇଁ ମାଇଲଷ୍ଟୋନ ଭାବେ ପ୍ରମାଣିତ ହେଲା ।
୨୦୧୩ ତାଙ୍କ ପାଇଁ ଏତେ ଭଲ ନଥିଲେ ମଧ୍ୟ ୨୦୧୪ରେ ଫିଲ୍ମ କିକ ଦର୍ଶକ ଖୁବ ପସନ୍ଦ କଲେ । ଏହାପରେ ବଜରଙ୍ଗୀ ଭାଇଜାନ,ସୁଲତାନ ଏବଂ ଟାଇଗର ଜିନ୍ଦା ହୈ ସୁପରହିଟ ଫିଲ୍ମ କ୍ୟାଟେଗୋରିରେ ଆଡ ହୋଇଗଲା । କେବଳ ଭାରତ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଲୋକମାନେ ଏହି ଫିଲ୍ମକୁ ଦେଖିଲେ ।
ଶାହାରୁଖ ଚେନ୍ନାଇ ଏକ୍ସପ୍ରେସରେ ଧୁମ ମଚାଇଥିଲେ । କିନ୍ତୁ ଏହାପରେ ହାପି ନ୍ୟୁ ଇୟର,ଦିଲୱାଲେ,ଫ୍ୟାନ,ରଇଜ,ଜବ ହେରୀ ମେଟ ସେଜଲ ଦର୍ଶକଙ୍କ ଆଶ ଅନୁସାରେ ଏତେ ସଫଳତା ହାସଲ କରି ପାରି ନଥିଲା ।
ଶାହାରୁଖଙ୍କ କଥା କୁହାଯିବ ତ ସଲମାନ ଶାହାରୁଖଙ୍କୁ ବାଜି ମାରୁଛନ୍ତି । ଫେସବୁକ,ଟ୍ୱିଟର ଏବଂ ଇଂଷ୍ଟାଗ୍ରାମ ଆକାଉଂଟରୁ ଦୁଇଟି ପ୍ଲାଟଫର୍ମରେ ସଲମାନଙ୍କ ଫ୍ୟାନ ଫଲୋଇଙ୍ଗ ଅଧିକ । ସଲାମାନଙ୍କୁ ୩ କୋଟିରୁ ଅଧିକ ଲୋକ ଫଲୋ କରଉଛନ୍ତି ଏବଂ ଶାହାରୁଖଙ୍କୁ ୨ କୋଟିରୁ ଅଧିକ । କିନ୍ତୁ ଟ୍ବିଟରରେ ଶାହାରୁଖଙ୍କ ଫ୍ୟାନ ଫଲୋଇଙ୍ଗ ୩.୪୮ କୋଯଇ ଏବଂ ସଲମାନଙ୍କର ୩.୩୮ କୋଟି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More