Only for Entertainment

ଶାହାରୁଖ ଦେଲେ ସଲମାନଙ୍କ ବାପାଙ୍କୁ ସଫଳତାର କ୍ରେଡିଟ ।

koimoi.com
0 46

ଶାହାରୁଖ ଖାନ ବଲିଉଡର ବାଦଶାହ । ନିଜର ଷ୍ଟାଇଲ ଏବଂ ଅଭିନୟରେ ସେ ଯେଉଁ ସଫଳତା ହାସଲ କରିଛନ୍ତି ତାହା କୌଣସି ସାଧାରଣ ଲୋକଙ୍କ ପାଇଁ ନିହାତି ଭାବରେ ଅସାଧାରଣ । ଶାହାରୁଖଙ୍କ ଏତେ ଫ୍ୟାନ ଫଲୋଇଙ୍ଗର ଏକ କାରଣ ମଧ୍ୟ ରହିଛି । ନିକଟରେ ସେ ତାଙ୍କ ସଫଳତାର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ଯେଉଁ ବ୍ୟକ୍ତିଙ୍କ ନାମ ନେଇଛନ୍ତି ସେ ଅନ୍ୟ କେହି ନୁହଁନ୍ତି ତାଙ୍କ ବନ୍ଧୁ ବଲିଉଡ ଦବଙ୍ଗ ଖାନ ସଲମାନଙ୍କ ବାପା ସଲିମ ଖାନ ।

ଶାହାରୁଖ ଆଇଏନଏସକୁ ଦେଇଥିବା ଏକ ଇଂଟରଭ୍ୟୁରେ କହିଛନ୍ତିଯେ ମୁଁ ୯୦ ଦଶକର ଆରମ୍ଭରେ ଜଣେ ସଂଘର୍ଷ ରତ ଅଭିନେତା ଥିଲି, ଏବଂ ସେହି ସମୟରେ ମୁଁ ସଲମାନଙ୍କ ଘରେ ଖାଦ୍ୟ ଖାଉଥିଲି । ସଲମାନଙ୍କ ବାପା ସଲିମ ଖାନ ମୋତେ ଖୁବ ସାହାଯ୍ୟ କରିଛନ୍ତି । ତାଙ୍କ ପାଇଁ ମୁଁ ଆଜି ଶାହାରୁଖ ଖାନ ହୋଇପାରିଛି । ମୁଁ ସଲମାନଙ୍କ ପାଇଁ ଏହି ଶୋ’କୁ ଆସିଛି ଏବଂ ସେ ମୋତେ ଯେଉଁ ସ୍ଥାନକୁ ଯିବାକୁ କହିବେ ସେହି ସ୍ଥାନକୁ ଯିବି ।

ସଲମାନ ଓ ଶାହାରୁଖଙ୍କ ବନ୍ଧୁତା ଖୁବ ପୁରୁଣା । କିଛି ସମୟ ପାଇଁ ଯଦିଓ ଦୁଇଜଣଙ୍କ ମଧ୍ୟରେ ମନମାଳିନ ଦେଖା ଦେଇଥିଲା ତେବେ ଏହି ସଂପର୍କ ଏବେ ଠିକ୍ ହୋଇଯାଇଛି । ପରସ୍ପରଙ୍କ ମଧ୍ୟରେ ପୁଣିଥରେ ପୁରୁଣା ସଂପର୍କ ଦେଖାଦେଇଛି । ଏବେ ଦୁଇ ଜଣ ପରସ୍ପରକୁ ସାହାଯ୍ୟ କରିବା ପାଇଁ ତତ୍ପର ହେଉଛନ୍ତି । ନିକଟରେ ଶାହାରୁଖ ସଲମାନଙ୍କ ଗେମ୍ ଶୋ ର ଭାଗୀଦାର ହେବାପାଇଁ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More