Only for Entertainment

ଅମୀରଙ୍କ ପରେ ଶାହାରୁଖ ଛାଡ଼ିଲେ ଫିଲ୍ମ ‘ସାରେ ଜହାଁ ସେ ଅଛା’, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି ।

bollywood tadka
55

ବଲିଉଡ ଆକ୍ଟର ଶାହାରୁଖଙ୍କ ଫିଲ୍ମ କିଛି ସମୟ ହେବ କିଛି ଖାସ କମାଲ ଦେଖାଇ ପାରିନାହିଁ । ଏବେ ନିକଟରେ ଖବର ଆସିଛିଯେ ସେ ଫିଲ୍ମ ସାରେ ଜହାଁସେ ଅଛାରୁ ମୁହଁ ବୁଲାଇ ନେଇଛନ୍ତି । ଏହା ପଛର କାରଣ ଡନ ଥ୍ରି ବୋଲି କୁହାଯାଉଛି । ଡନ ଥ୍ରିକୁ ଫରହାନ ଅଖତର ଡାଇରେକ୍ଟ କରୁଛନ୍ତି । ଗଲିବଏର ଟ୍ରେଲର ଲଂଚିଂ ସମୟରେ ଫରହାନ ଏହାର ଖୁଲାସା କରିଥିଲେଯେ ସେ ଖୁବଶୀଘ୍ର ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଫିଲ୍ମ ସାରେ ଜହାଁସେ ଅଛାର ନାମ ପୂର୍ବରୁ ସାଲ୍ୟୁଟ ରଖା ଯାଇଥିଲା । ଯାହା ପ୍ରଥମ ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ଉପରେ ଆଧାରିତ । ପ୍ରଥମେ ଏହି ଫିଲ୍ମ ପାଇଁ ଅମୀରଙ୍କୁ ଆପ୍ରୋଚ କରାଯାଇଥିଲା, କିନ୍ତୁ ମହାଭାରତ ଫିଲ୍ମ ପାଇଁ ସେ ମନା କରି ଦେଇଥିଲେ ଏବଂ ସେ ଶାହାରୁଖଙ୍କୁ ନେବା ପାଇଁ ପରାମର୍ଶ ନେଇଥିଲେ । ଅବଶ୍ୟ ଏହା ଦେଖିବା ବାକି ରହିଲାଯେ ଫିଲ୍ମ ପାଇଁ ନିର୍ମାତା କାହାକୁ ଆପ୍ରୋଚ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More