Only for Entertainment

ମାହି ଗିଲଙ୍କ ବଡ ଖୁଲାସା, ସଲମାନ ଖାନଙ୍କ ‘ଦବଙ୍ଗ’ ମୋ କ୍ୟାରିୟରରେ ଲଗାଇଲା ବ୍ରେକ୍ ।

DNA India
0 59

ଅଭିନେତ୍ରୀ ମାହି ଗିଲ ୨୦୦୯ରେ ରିଲିଜ ହୋଇଥିବା ଫିଲ୍ମ ‘ଦେବ ଡି’ରେ ବଲିଉଡ ଡେବ୍ୟୁ କରିଥିଲେ । ଫିଲ୍ମରେ ସେ ପାରୋ ଚରିତ୍ରରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ଏହି ରୋଲକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ନିକଟରେ ଏକ ଇଣ୍ଟରଭ୍ୟୁରେ ମାହି କହିଥିଲେ ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗରେ ସପୋର୍ଟିଙ୍ଗ ରୋଲ କରିବା ମୋ କ୍ୟାରିୟରର ସବୁଠାରୁ ବଡ ଭୁଲ ।

ମାହିଙ୍କ କହିବା ଅନୁସାରେ ଦେବ ଡି ପରେ ମୋତେ ଅନେକ ପ୍ରଶଂସା ମିଳିଥିଲା । ଫିଲ୍ମ ଫେୟାର କ୍ରିଟିକରେ ବେଷ୍ଟ ଆକ୍ଟଟ୍ରେସ ସହିତ ଫିଲ୍ମକୁ ଅନେକ ସମ୍ମାନ ମିଳିଥିଲା । ଅନେକ ମୋତେ ଫିଲ୍ମରେ ନେବା ପାଇଁ ଚାହୁଁଥିଲେ କିନ୍ତୁ ମୁଁ ସଲମାନ ଖାନଙ୍କ ସହିତ ସପୋର୍ଟିଙ୍ଗ ରୋଲରେ ଅଭିନୟ କରିବା ପାଇଁ ପସନ୍ଦ କଲି । ଏହି ନିର୍ଣ୍ଣୟ ମୋର ଅନେକ କ୍ଷତି କରିଛି । ଏହାପରେ ନିର୍ଦ୍ଦେଶକମାନେ ମୋତେ ଛୋଟ ରୋଲ ଅଫର କରିବାକୁ ଲାଗିଲେ । ମୋର ଭଗବାନଙ୍କ ଉପରେ ଭରସା ରହିଛି ସେ ସବୁ ଠିକ କରିବେ ।

mahi-new

ମାହି ଏହା ମଧ୍ୟ କହିଛନ୍ତି ଯେ ଦବଙ୍ଗ ଫିଲ୍ମରେ କାମ କରିବା ପରେ ତାଙ୍କ କ୍ୟାରିୟରରେ ବ୍ରେକ ଲାଗିଯାଇଥିଲା । ଏହା ସହିତ ସେ ତିଗ୍ମାଶୁ ଧୁଲିଆଙ୍କୁ ସାହେବ ବିବି ଗ୍ୟାଙ୍ଗଷ୍ଟାର ସିରିଜରେ କାମ କରିବାର ସୁଯୋଗ ଦେବ ପାଇଁ ଧନ୍ୟବାଦ କରିଛନ୍ତି । ଏହି ସିରିଜର ପ୍ରଥମ ଫିଲ୍ମ ୨୦୧୧ରେ ରିଲିଜ ହୋଇଥିଲା ।

ମାହି କହିଥିଲେ ଏହି ସିରିଜ ଏତେ ବଡ ହିଟ ହେବ ବୋଲି ଆମେ ବିଶ୍ୱାସ ମଧ୍ୟ କରିନଥିଲୁ । ମୁଁ ଗର୍ବ ଅନୁଭବ କରେ ଯେ ମୁଁ ଏହି ସିରିଜର ଏକ ଅଂଶ । କହିରଖୁଛୁ ଯେ ଏହି ସିରିଜର ତୃତୀୟ ଫିଲ୍ମ ସେହେବ ବିବି ଗ୍ୟାଙ୍ଗଷ୍ଟାର ୩ରେ ମାହି ଗିଲଙ୍କ ସହିତ ସଂଜୟ ଦତ୍ତ ଏବଂ ଜିମ୍ମି ସେରଗିଲ ମଧ୍ୟ ନଜର ଆସିବେ । ଫିଲ୍ମ ୨୭ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More