Only for Entertainment

ସାମ୍ନାକୁ ଆସିଲା ପ୍ରଭାସଙ୍କ ଫିଲ୍ମ ‘ସାହୋ’ର ରିଲିଜ ଡେଟ ।

punjab kesari
32

ଆସନ୍ତା ବର୍ଷ ପରଦାରେ ଧୂମ ମଚାଇବ ବହୁ- ପ୍ରତୀକ୍ଷିତ ସାଉଥ୍ ଫିଲ୍ମ ସାହୋ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବାହୁବଳୀ ଫେମ୍ ପ୍ରଭାସ । ଫିଲ୍ମର ସୁଟିଙ୍ଗ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହାରି ଭିତରେ ଫିଲ୍ମ ମେକର ଟ୍ୱିଟ୍ କରି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଫିଲ୍ମରେ ପ୍ରଭାସଙ୍କ ସହ ପ୍ରଥମଥର ପାଇଁ ରୋମାନ୍ସ କରିବାରେ ନଜର ଆସିବେ ବଲିଉଡ୍ ସୁନ୍ଦରୀ ଶ୍ରଦ୍ଧା କପୁର ।

 

ସାହୋରେ ଶ୍ରଦ୍ଧାଙ୍କ ବ୍ୟତିତ ଜ୍ୟାକି ଶ୍ରଫ,ମନ୍ଦିରା ବେଦୀ, ନିଲ ନିତିନ ମୁକେଶ, ଚଙ୍କି ପାଣ୍ଡେ, ଏଲି ଆବ୍ରାମ୍ଙ୍କ ଭଳି ବଲିଉଡ କଳାକାରଙ୍କୁ ଦେଖିବାକୁ ମିଳିବ । ତେବେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଏ ହେଉଛି ପ୍ରଥମ ଟଲିଉଡ ଫିଲ୍ମ । ଫିଲ୍ମରେ ଶ୍ରଦ୍ଧାଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ପାଇବେ ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More