Only for Entertainment

“ଲଭ ସୋନିଆ”ଫିଲ୍ମ ପାଇଁ ଏହି ଅଭିନେତ୍ରୀ ବଢାଇଲେ ୧୦କିଲୋ ଓଜନ !

MarathiStars
0 51

ଫିଲ୍ମ ଲଭ ସୋନିଆ ପାଇଁ ଦେହଜୀବି ଭୂମିକା ତୁଲାଉଥିବା ସଇ ତାମଣକର ଫିଲ୍ମ ପାଇଁ ୧୦କିଲୋ ଓଜନ ବଢାଇଛନ୍ତି । ଏହି ଭୂମିକାରେ ସେ ବାସ୍ତବିକତା ରୂପ ପାଇଁ ଏଭଳି କରିଥିବା ସେ କହିଛନ୍ତି । ହଂଟର , ତୁହି ରେ, କ୍ଲାସ ମେଟ ଭଳି ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ମରାଠୀ ସିନେମାରେ ମଧ୍ୟ କାମ କରିଛନ୍ତି । ଫିଲ୍ମ ଲଭ ସୋନିଆ ପାଇଁ ଏକ ଖାସ ଲୁକ ଆବଶ୍ୟକ ଥିବା କାରଣରୁ ସେ ଏଭଳି କରିଛନ୍ତି ।

ଏକ ରିପୋର୍ଟ ମୁତାବିକ ଯେତେବେଳେ ସଇ ସ୍କ୍ରିପ୍ଟ ଶୁଣିଥିଲେ ସେତେବେଳେ ସେ ପରିଷ୍କାର ବୁଝିଥିଲେ ଯେ ତାଙ୍କର ଭୂମିକା ହେଉଛି ଝିଅ ମାନଙ୍କ ଦଲାଲୀ ଅର୍ଥାତ ଦେହଜୀବି । ଏହାପରେ ସେ ଭାବିଥିଲେ ଯେ ତାଙ୍କର ଏହି ଓଜନ ସଠିକ ନାହିଁ , ତେଣୁ ସେ ନିଜର ବଢାଇ ଥିଲେ ଯାହା ତାଙ୍କର ଏହି ଭୂମିକା ପାଇଁ ସହାୟକ ହେବ ।

ଏଠାରେ ଆମେ କହି ରଖୁଛୁ ଯେ ମଲ୍ଟି ଷ୍ଟାରର ଫିଲ୍ମ ଲଭ ସୋନିଆ ଏହି ଫିଲ୍ମ ଶିଶୁ ଚାଲାଣ ଉପରେ ଆଧାରିତ ଅଟେ । ଫିଲ୍ମ ଟ୍ରେଲର ଗୁରୁବାର ରିଲିଜ ହୋଇଛି । ୨ମିନିଟ ୪୨ସେକେଣ୍ଡର ଏହି ଭିଡିଓ ଆପଣଙ୍କୁ ଇମୋସନାଲର ରୋଲର କୋଷ୍ଟରକୁ ନେଇ ଯିବ । କିଭଳି ଛୋଟ ସହର, ଗାଁ ରୁ ଆଣି ଛୋଟ ଝିଅଙ୍କୁ ଦେହ ବ୍ୟାପାରରେ ଲଗାଯାଉଛି ଏବଂ ତାଙ୍କ ସହ ଆଗକୁ କଣ କଣ ହେଉଛି । ଫିଲ୍ମରେ ଏଭଳି କିଛି ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More