Only for Entertainment

ସୈଫଙ୍କ ଆଗାମୀ ଫିଲ୍ମର ନାଁ ‘ହଂଟର’ , ଭୂମିକା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

IndiaGlitz
0 61

ସୈଫ ଅଲ୍ଲୀ ଖାନଙ୍କ ୱେବ ସିରିଜ ‘ସେକ୍ରେଡ ଗେମ୍ସ’କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସିରିଜରେ ସୈଫ ଅଲ୍ଲୀ ଖାନଙ୍କ କାମକୁ ଖୁବ ପ୍ରଶଂସା କରାଯାଉଛି । ଏବେ ଖବର ଆସୁଛି ଯେ ସୈଫ ଅଲ୍ଲୀ ଖାନ ଖୁବ ଶୀଘ୍ର ନାଗା ସାଧୁଙ୍କ ଭୂମିକାରେ ନଜର ଆସିବେ । ସେ ନିଜେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ।

ଖବର ମୁତାବକ ଏହି ଫିଲ୍ମର ନାଁ ‘ହଂଟର’ରହିବ । ଏହି ଫିଲ୍ମର ସୁଟିଂ ରାଜସ୍ତାନରେ ପୂରା କରାଯାଇଛି ଏବଂ ଏହି ଫିଲ୍ମର ଲୁକ ପାଇଁ ସୈଫ ଅଲ୍ଲୀ ଖାନ ଖୁବ ପରିଶ୍ରମ ମଧ୍ୟ କରିଛନ୍ତି । ଏହି ଫିଲ୍ମ ପାଇଁ ସେ ଦାଢି ବଢାଇଥିଲେ ।
ଖାସ କଥା ହେଉଛି ସେ କାନ ମଧ୍ୟ ଫୋଡିଛନ୍ତି । ତାଙ୍କ କହିବା ମୁତାବକ ଏହି ଫିଲ୍ମ ଶୁଟିଂ ଖୁବ ଗରମରେ କରିଥିଲେ ଏହିକାରଣରୁ ଏହି ଫିଲ୍ମର ଶୁଟିଂ ଖୁବ ଜଟିଳ ଥିଲା । ତଥାପି ସେ ଏହି ଫିଲ୍ମକୁ ହଁ କରିଥିଲେ କାରଣ ତାଙ୍କୁ ଫିଲ୍ମର ସ୍କ୍ରିପ୍ଟ ପସନ୍ଦ ଆସିଥିଲା । ଏହି ଫିଊ୍ମ ବିଷୟରେ ସେ କହିଛନ୍ତି ଗୋଟେ ସିନ ପାଇଁ ତାଙ୍କୁ କେଶ ଏବଂ ଦାଢି ସେଟ ଅପ ଲାଗି ୪୦ମିନ୍ଟ ସମୟ ଲାଗୁଥିଲା ।

ଏହି ଫିଲ୍ମ ଶୁଟିଂ ପାଇଁ ୫୦ଦିନ ସମୟ ଲାଗିଥିବା ସୈଫ କହିଛନ୍ତି । ଶୁଟିଂ ଏବେ ପାଖାପାଖି ସରି ଆସିଲାଣି ଏବଂ ଖୁବ ଶୀଘ୍ର ଦାଢି ହଟାଇ ସୈଫ କ୍ଲିନ ସେଭରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More