Only for Entertainment

ଫିଲ୍ମ ‘ଜବାନୀ ଜାନେମନ’ର ସୁଟିଂ ଆରମ୍ଭ କଲେ ସୈଫ ଅଲୀ ଖାନ ଏବଂ ଆଲିୟା ଫର୍ଣ୍ଣିଚରବାଲା !

36

ନିର୍ଦ୍ଦେଶକ ନିତିଦ କକ୍କଡଙ୍କ ଅପକମିଂ ଫିଲ୍ମ ‘ଜବାନୀ ଜାନେମନ’ଙ୍କ ସୁଟିଂ ଆରମ୍ଭ ହୋଇଯାଇଛି । ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିୟା ଫର୍ଣ୍ଣିଚରୱାଲା ଏବଂ ସୈଫ ଅଲୀ ଖାନ ଲଣ୍ଡନରେ ଫିଲ୍ମ ସୁଟିଂ ଆରମ୍ଭ କରିଦେଇଛନ୍ତି । ରବିବାରକୁ ପୂଜା ବେଦୀ ୱାର୍ଲ୍ଡ କପରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ ସମୟରେ ସୈଫ ଅଲୀ ଖାନ ଏବଂ ନିଜ ଝିଅ ଆଲିୟାଙ୍କ ଫଟୋ ଟ୍ୱିଟ କରିଛନ୍ତି ।

ଏହି ଫିଲ୍ମ ଏକ ରୋମାଂଟିକ କମେଡି ଫିଲ୍ମ ଅଟେ, ଏଥିରେ ତବୁ ମଧ୍ୟ ନଜର ଆସିବେ । ଜ୍ୟାକି ଭଗନାନୀଙ୍କ ପୂଜା ଏଂଟରଟେନମେଂଟ ସହ ସୈଫଙ୍କ ବ୍ଲାକ ନାଇଟ ଫିଲ୍ମସ ଏବଂ ଜୟ ସେବକରମନିଙ୍କ ନର୍ଦନ ଲାଇଟ ଫିଲ୍ମସ ଦ୍ୱାରା ନିର୍ମିତ ଏହି ଫିଲ୍ମ ୨୯ନଭେମ୍ବରରେ ରିଲିଜ ହେବ । ଏଠାରେ ଆମେ କହି ରଖୁଛୁ ଯେ ସୈଫ ଅଲୀ ଖାନଙ୍କ ଅନ୍ୟ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ ୱାରିଅର’ରେ ନଜର ଆସିବେ । ସେହିଭଳି ଜବାନୀ ଜାନେମନରୁ ବଲିଉଡରେ ଆଲିୟା ଡେବ୍ୟୁ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More