Only for Entertainment

ସଲମାନଙ୍କ ପାଇଁ ‘ରେସ-୩’କୁ ମନା କରିଥିଲେ ସୈଫ !

Life 'N' Lesson
0 32

ବଲିଉଡର ଅନ୍ୟତମ ହିଟ ସିରିଜ ‘ରେସ’ର ଦୁଇଟିଯାକ ସଂସ୍କରଣରେ ମୁଖ୍ୟ ଭୂମିକା ନିଭାଇବା ପରେ ଛୋଟେ ନୱାବ ସୈଫ ଅଲ୍ଲୀ ଖାଁଙ୍କୁ ତୃତୀୟ ସଂସ୍କରଣରେ ନିଆଯାଇନାହିଁ । ଯହା ତାଙ୍କ ପ୍ରଶଂସକଙ୍କୁ ଖଟକି ଥିଲା । କିନ୍ତୁ ଏହା ପଛର ଏକ କାହାଣୀ ଏବେ ଦର୍ଶାଇଛନ୍ତି ସୈଫ । ତାଙ୍କ ଆଗାମୀ ଫିଲ୍ମ କଳାକନ୍ଦୀର ପ୍ରମୋଶନ ସମୟରେ ସୈଫ ଏ ସମ୍ପର୍କରେ କହିଥିଲେ । ତାଙ୍କ କହିବା ଅନୁସାରେ ‘ପ୍ରଯୋଜକ ରମେଶ ତରୌନୀ ଏଥର ଏକ ସଂପୂର୍ଣ୍ଣ ନୂଆ କାହାଣୀକୁ ନେଇ ଭିନ୍ନ ଉପାୟରେ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ । ସେଥିରେ ମୋତେ ଏକ ଭୂମିକାର ଅଫର ମଧ୍ୟ ଦିଆଯାଇଥିଲା । କିନ୍ତୁ ମୋତେ ଯେଉଁ ଭୂମିକାଟି ମିଳିଥିଲା ତାହା ସହିତ ମୋର କୌଣସି କନେକ୍ସନ ଥିବା ମୋତେ ଲାଗିନଥିଲା । ସେଥିପାଇଁ ମୁଁ ଅନ୍ୟ କିଛି କରିବାକୁ ଚିନ୍ତା କରିଥିଲି ।’

ଅନ୍ୟପକ୍ଷରେ ଫିଲ୍ମରେ ସଲମାନଙ୍କ ପରି ଜଣେ ବଡ ଷ୍ଟାର ମଧ୍ୟ ରହିଛନ୍ତି । ତେବେ ସୈଫଙ୍କ ଏହି କଥା ଚର୍ଚ୍ଚା ସୃଷ୍ଟି କରିଛି । ସେ ଭୂମିକା ସହିତ କୌଣସି କନେକ୍ସନ ନଥିବା କାରଣରୁ ନା ସଲମାନଙ୍କ ଉପସ୍ଥିତି କରଣରୁ ମନା କରିଥିଲେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ତେବେ ସତଟା କ’ଣ ତାହା ତ କେବଳ ସୈଫ ହିଁ କହିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More