Only for Entertainment

ସୈଫ ଅଲ୍ଲୀ ଖାନଙ୍କ ଖୁଲାସା, କ’ଣ ପାଇଁ ସାରା ସାଇନ କଲେ ନାହିଁ ‘ଜବାନୀ ଜାନେମନ’

indiatoday
35

ସାରା ବଲିଉଡ ଡେବ୍ୟୁ କରିବା ପରେ ଖବର ଶୁଣିବାକୁ ମିଳିଥିଲା ଯେ , ସାରା ପିତା ସୈଫ ଅଲ୍ଲୀ ଖାନଙ୍କ ସହିତ ‘ଜବାନୀ ଜାନେମନ’ ଫିଲ୍ମରେ ନଜର ଆସିବେ । କିନ୍ତୁ ପରେ ଶୁଣିବାକୁ ମିଳିଲା ଯେ ସାରା କିଛି କରାଣ ପାଇଁ ଫିଲ୍ମକୁ ସାଇନ କଲେ ନାହିଁ । ସାରାଙ୍କ ପରେ ଏବେ ଏହି ଫିଲ୍ମ ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ନିଚରୱାଲାଙ୍କୁ ମିଳିଛି । ଏବେ ସାରାଙ୍କ ସ୍ଥାନରେ ଫିଲ୍ମରେ ଆଲିଆଙ୍କୁ ଦେଖିବାକୁ ମିଳିବ ।

ତେବେ ସାରା ଫିଲ୍ମ ଛାଡିବା ପରେ ତାଙ୍କର ଫ୍ୟାନ୍ସ ଖୁବ ନିରାଶ ହୋଇଥିଲେ । କ’ଣ ପାଇଁ ସାରା ଏହି ଫିଲ୍ମକୁ ମନା କଲେ ତାହାର ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା । ନିକଟରେ ମୁମ୍ବାଇ ମିରରକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସୈଫ ଅଲ୍ଲୀ ଖାନ ଏହି ବିଷୟରେ ଖୁଲାସା କରିଛନ୍ତି ।

ସୈଫ କହିଛନ୍ତି ଯେ, ‘ଆଲିଆ ଏହି ରୋଲ ପାଇଁ ଏକଦମ ପରଫେକ୍ଟ । ମୁଁ ସାରାଙ୍କ ସହିତ ମଧ୍ୟ କାମ କରିବାକୁ ପସନ୍ଦ କରିବି । କିନ୍ତୁ ଏହି ପ୍ରୋଜେକ୍ଟ ପାଇଁ ଆମେ ଏପରି ଏକ ଝିଅ ଖୋଜୁଥିଲୁ ଯେ ଫିଲ୍ମରେ ଆଗରୁ କାମ କରିନଥିବ । ଯଦି ସାରା ଏହି ପ୍ରୋଜେକ୍ଟରେ କାମ କରିଥାନ୍ତେ ତେବେ ତାଙ୍କୁ ଅନ୍ୟ ସବୁ ଫିଲ୍ମ ଛାଡିବାକୁ ପଡିଥାନ୍ତା ଯେଉଁ ଗୁଡିକ ସେ ବର୍ତ୍ତମାନ କରୁଛନ୍ତି । ମୋ ମତରେ ସେ ଯେଉଁ କାମ କରୁଛନ୍ତି ତାହା ଏକଦମ ଠିକ ଏବଂ ତାଙ୍କ କ୍ୟାରିଅର ପାଇଁ ଭଲ ।’

ସାରାଙ୍କ ବିଷୟରେ କହିବାକୁ ଗଲେ ସେ ଏବେ କାର୍ତ୍ତିକ ଆର‌୍ୟନଙ୍କ ସହିତ ନିଜର ଆଗାମୀ ଫିଲ୍ମ ର ସୁଟିଂ ଶେଷ କରିଛନ୍ତି । ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରୀ ଲୋକହ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More