ରାଜ ପରିବାରର ହୋଇ ମଧ୍ୟ କେଉଁ କାରଣ ପାଇଁ ଫିଲ୍ମରେ ଅଭିନୟ କରୁଥିଲେ ସୈଫ ଅଲି ଖାନ୍? ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିବା ଭଳି କାରଣ
ବଲିଉଡର ଜଣେ ପ୍ରସିଦ୍ଧ ବ୍ୟକ୍ତି ହେଉଛନ୍ତି ପଟୌଦି ପରିବାରର ନବାବ ସୈଫ ଅଲି ଖାନ୍ । ସେ କେବଳ ଫିଲ୍ମ ପାଇଁ ନୁହେଁ ବରଂ ଏକ ନବାବ ହୋଇଥିବାରୁ ମଧ୍ୟ ଚର୍ଚ୍ଚାକୁ ଆସିଯାଆନ୍ତି । କେବଳ ସୈଫ କାହିଁକି ତାଙ୍କୁ ବିବାହ ପରଠାରୁ ଅଧିକ ଚର୍ଚ୍ଚାରେ ରହି ଆସୁଛନ୍ତି କରୀନା କପୂର । ଆଉ ଏବେ ଛୋଟେ ନବାବ୍ । ଅର୍ଥାତ ସମସ୍ତଙ୍କର ପ୍ରିୟ କୁନି ନବାବ ତୈମୁର ଅଲି ଖାନ୍ । ସୋସିଆଲ ମିଡିଆରେ ତୈମୁରଙ୍କ ଫ୍ୟାନ ଫଲୋଇଙ୍ଗ ଯଥେଷ୍ଟ ଅଧିକ । ସେ ଯାହା ହେଉ ବଲିଉଡ ସେଲିବ୍ରିଟିଙ୍କ ଜୀବନଶୈଳୀ ବିଷୟରେ ଜାଣିବାର ଉତ୍ସାହ ସମସ୍ତଙ୍କ ମଧ୍ୟରେ ରହିଥାଏ । ଆଜି ଆମେ ଆପଣଙ୍କୁ ସୈଫ ଅଲି ଖାନଙ୍କ ଘର ଭିତର ଓ ବାହାରର କିଛି ଫଟୋ ଦେଖାଇବୁ ଏବଂ ଜଣାଇବୁ ତାଙ୍କ ସଂପର୍କୀତ ଏକ ଜଣା ଅଜଣା କଥା ।
କହିରଖୁଛୁ ନିକଟରେ ଦେଇଥିବା ଏକ ଇଂଟରଭ୍ୟୁରେ ସୈଫ କହିଛନ୍ତିଯେ ସେ ଫିଲ୍ମରୁ ରୋଜଗାର କରିଥିବା ଟଙ୍କାରେ ପଟୌଦି ପ୍ରାସାଦ ନିର୍ମାଣ କରିଛି । ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେହି ପ୍ରାସାଦକୁ ସେମାନେ ନିମ୍ରାନା ଚେନ ଅଫ ହୋଟେଲକୁ ଭଡ଼ାରେ ଦେଇ ଦେଇଥିଲେ । ଏହାପରେ ପ୍ରଚୁର ଟଙ୍କର ଆବଶ୍ୟକତା ଥିଲା ଏହି ପ୍ରାସାଦକୁ ନିର୍ମାଣ କରିବା ପାଇଁ, ଯେଉଁଥିପାଇଁ ସେ ଫିଲ୍ମରେ ଅଭିନୟ କରିବାକୁ ଲାଗିଲେ । ତେବେ ସୈଫ, କରୀନା ଏବଂ ତୈମୁର ଏଠାରେ ଛୁଟି ବିତାଇବାକୁ ଯାଆନ୍ତି । ତେବେ ଏହି ଘର ସହିତ ତାଙ୍କର ଖୁବ ସ୍ମୃତି ଯୋଡ଼ି ହୋଇ ରହିଥିଲା । ଏହା ସହିତ ଇତିହାସ, ସଂସ୍କୃତି, ସିନ୍ଦର ଫଟୋଗ୍ରାଫ ଏବଂ କିଛି ଜମି ଥିବାରୁ ସେ ଏହାକୁ ଛାଡ଼ିବାକୁ ଚାହୁଁନଥିଲେ ବୋଲି ସୈଫ କହିଛନ୍ତି । ନିକଟରେ କରୀନା କପୂରଙ୍କ ଜନ୍ମଦିନ ସେମାନେ ପଟୌଦି ପ୍ୟାଲେସରେ ପାଳନ କରିଥିଲେ ।