Only for Entertainment

ଏହି ଫିଲ୍ମରେ ଏକା ସାଙ୍ଗରେ ନଜର ଆସିବେ ବାପା ଓ ଝିଅ ।

bollywood tadka
63

ବଲିଉଡ ନବାଗତା ଅଭିନେତ୍ରୀ ସାରାଙ୍କ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । କେଦାରନାଥ ଏବଂ ସିମ୍ବା ପରେ ସାରାଙ୍କୁ ଏବେ ଅନ୍ୟ ଏକ ବଡ଼ ପ୍ରୋଜେକ୍ଟ ମିଳିଯାଇଛି । କିଛି ଦିନ ପୂର୍ବରୁ ଖବର ଆସିଥିଲାଯେ ଇମତିଆଜ ଅଲିଙ୍କ ଫିଲ୍ମ ଲଭ ଆଜ କଲ ଟୁରେ ସାରା ନଜର ଆସିପାରନ୍ତି । ଏବେ ଖବର ଆସିଛିଯେ ଏହି ଫିଲ୍ମରେ ସୈଫ ଅଲି ଖାନ ନଜର ଆସିବେ । ଫିଲ୍ମରେ ସୈଫ ସାରାଙ୍କ ବାପା ଚରିତ୍ରରେ ନଜର ଆସିବେ ।

ଖବର ଅନୁସାରେ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ରୋଲ ପାଇଁ ସୈଫଙ୍କୁ ଅଫର କରାଯାଇଛି । ଲଭ ଆଜ କଲରେ ସୈଫ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ଏହା ପ୍ରଥମ ଥର ହେବ ଯେତେବେଳେ ସୈଫ ତାଙ୍କ ଝିଅ ସାରା ସହିତ ସ୍କ୍ରିନ ଶେୟାର କରିବେ । ଫିଲ୍ମରେ ସେ ସାରାଙ୍କ ବାପା ଭୂମିକାରେ ନଜର ଆସିବେ । ସାରାଙ୍କ ଅପୋଜିଟରେ ନଜର ଆସିବେ କାର୍ତ୍ତିକ ଆୟନ । ତେବେ କୁହାଯାଉଛି ଏହି ବର୍ଷ ହିଁ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More