Only for Entertainment

ନିତିନ କକ୍କଡଙ୍କ ଫିଲ୍ମ ‘ଜବାନୀ ଜାନେମନ’ରେ ନଜର ଆସିବେ ସୈଫ ଅଲୀ ଖାନ ।

Deccan Chronicle
35

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଏବେ ପାରିବାରିକ ପୃଷ୍ଠଭୂମି ଉପରେ ଆଧାରିତ ଫିଲ୍ମ ‘ଜବାନୀ ଜାନେମନ’ରେ ନଜର ଆସିବେ । ‘ଫିଲ୍ମିସ୍ତାନ’ରୁ ପ୍ରସିଦ୍ଧି ପାଇଥିବା ନିର୍ଦ୍ଦେଶକ ନିତିନ କକ୍କଡ ଏହି ଫିଲ୍ମର ନିର୍ଦ୍ଦେଶନା କରିବେ । ଖବର ଅନୁସାରେ ସୈଫଙ୍କ ପ୍ରଡକ୍ସନ ବ୍ୟାନର ବ୍ଲାକ ନାଇଟ ଏବଂ ନାର୍ଦନ ଲାଇଟସ୍ ଫିଲ୍ମସ ଏହି ଫିଲ୍ମର ନିର୍ମାଣ କରିବେ ।

Saif-Ali-Khan

ନାର୍ଦନ ଲାଇଟ୍ସ ଫିଲ୍ମସର ଜୟ ଶେବାକରମାନୀ ବୟାନ ଦେଇ କହିଥିଲେ, ‘ସୈଫ ଏବଂ ମୁଁ ଏହା ସହିତ ଫିଲ୍ମ ନିର୍ମାଣ କରିବାକୁ ନେଇ ଚର୍ଚ୍ଚା କରି ଆସୁଥିଲୁ । ଏହା ସହିତ କାମ କରିବା ପାଇଁ ଆମେ ଗୋଟିଏ ଭଲ କାହାଣୀ ଖୋଜୁଥିଲୁ । ଏବଂ ଆମକୁ ତାହା ମିଳିଯାଇଛି ‘ଜବାନୀ ଜାନେମନ’ ଜରିଆରେ । ଫିଲ୍ମର ସୁଟିଂ ୨୦୧୯ରେ ଆରମ୍ଭ ହେବ ।

ସୈଫ ଅଲୀ ଖାନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ‘ବାଜାର’ରେ ନଜର ଆସିବେ । ଏହି ଫିଲ୍ମ ୨୬ ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More