Only for Entertainment

ୟଶରାଜ୍ ଫିଲ୍ମସକୁ ଝଟକା ଦେଲେ ସୈଫ ଅଲି ଖାନ

Pune Mirror
55

ବଲିଉଡର ଏକ ବଡ଼ ବ୍ୟାନର ହେଉଛି ୟଶରାଜ ଫିଲ୍ମସ । ଯେଉଁଥିରେ କାମ ପାଇବା ପାଇଁ ଆକ୍ଟର ମାନେ ଚାହିଁ ବସିଥାନ୍ତି । କେବେ କେବେ କାହାର ସ୍ୱପ୍ନ ପୂରଣ ହୋଇଯାଏ ତ ଆଉ କାହାର ସ୍ୱପ୍ନ ଅଧା ହୋଇ ରହିଯାଏ । କାରଣ ବଡ଼ ବଡ଼ କଳାକାରଙ୍କୁ ଅଧିକ ସୁଯୋଗ ଏହି ବ୍ୟାନରରେ କାମ କରିବା ପାଇଁ ମିଳିଥାଏ ।କିନ୍ତୁ ସୈଫ୍ ଅଲ୍ଲୀ ଖାନ୍‌ ୟଶରାଜ୍‌ ବ୍ୟାନର୍‌ର ଫିଲ୍ମ‘ବଣ୍ଟି ଓ ବବ୍‌ଲି-୨’କୁ କରିବାକୁ ମନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ସିଦ୍ଧାନ୍ତ ଚତୁର୍ବେଦୀ ଅଭିନୟ କରୁଥିବାବେଳେ ସେକେଣ୍ଡ ଲିଡ୍‌ ପାଇଁ ସୈଫ୍‌ଙ୍କୁ ଫାଇନାଲ୍‌ କରାଯାଇଥିଲା।

 

ପ୍ରଥମେ ସୈଫ୍ ଏହି ରୋଲ୍ ପାଇଁ ରାଜି ହୋଇଥିଲେ। କିନ୍ତୁ ଏବେ ହଠାତ୍‌ ମନା କରି ସେ ନିର୍ମାତାଙ୍କୁ ଝଟକା ଦେଇଛନ୍ତି।ଫିଲ୍ମଟି ୨୦୦୫ରେ ଆସିଥିବା ରାଣୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ବଣ୍ଟି ଔର୍ ବବ୍‌ଲି’ର ସିକ୍ୱେଲ୍। ପ୍ରଥମେ ଏହି ଫିଲ୍ମ ପାଇଁ ଅଭିଷେକ ବଚ୍ଚନଙ୍କୁ ଅଫର୍ କରାଯାଇଥିଲା। କିନ୍ତୁ ଅଭିଷେକଙ୍କୁ ଫିଲ୍ମର କାହାଣୀ ପସନ୍ଦ ନ ଆସିବାରୁ ସେ ମନା କରି ଦେଇଥିଲେ। ପରେ ନିର୍ମାତା ଏହି ରୋଲ୍‌ ପାଇଁ ସୈଫ୍‌ଙ୍କୁ ଅଫର୍‌ ଦେଇଥିଲେ। ତାଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସିଥିଲା ଓ ସେ ଫିଲ୍ମ ସାଇନ୍‌ କରିବାକୁ ପ୍ରସ୍ତୁତ ମଧ୍ୟ ହୋଇଯାଇଥିଲେ। ଫିଲ୍ମର ଶୁଟିଂ ମଧ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସୈଫ୍ ନିଷ୍ପତ୍ତି ବଦଳାଇ ନିର୍ମାତାକୁ ଅଡୁଆରେ ପକାଇ ଦେଇଛନ୍ତି।ସୈଫ୍‌ କ’ଣ ପାଇଁ ଏହି ଫିଲ୍ମ ଛାଡ଼ିଲେ, ସେ ନେଇ କୌଣସି ସୂଚନା ମିଳି ନାହିଁ। ପୂର୍ବରୁ ସୈଫ୍‌ ୟଶରାଜ୍‌ ଫିଲ୍ମସ୍‌ ସହ ‘ହମ୍‌ ତୁମ୍‌’, ‘ସଲାମ୍ ନମସ୍ତେ’, ‘ତାରା ରମ୍ ପମ୍’, ‘ଥୋଡ଼ା ପ୍ୟାର୍ ଥୋଡ଼ା ମ୍ୟାଜିକ୍’ ଓ ‘ରୋଡ୍‌ ସାଇଡ୍‌ ରୋମିଓ’ ପରି ଫିଲ୍ମରେ କାମ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More