Only for Entertainment

ସାଇନା ନେହୱାଲଙ୍କ ବାୟୋପିକରେ ପ୍ରେମ କାହାଣୀର ଝଲକ !

mid-day
0 28

ସାଇନା ନେହୱାଲ ସେମିତି ତ ଚାରିଆଡେ ପରିଚିତ । କିନ୍ତୁ ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସମସ୍ତେ ଜାଣିବାକୁ ପାଇବେ । ଆଜ୍ଞା ହଁ ଆଗକୁ ନିର୍ମିତ ହେବାକୁ ଯାଉଛି ସାଇନାଙ୍କ ଉପରେ ବାୟୋପିକ । ତାଙ୍କର ଏହି ବାୟୋପିକରେ ପ୍ରେମ କାହାଣୀର ଝଲକ ମଧ୍ୟ ଦେଖିବାକୁ ମିଳିବ । ଅସଲରେ ଏହା ସତ କି ମିଛ ତାହା ତ କେବଳ ସାଇନା ହିଁ କହି ପାରିବେ ।

ନିର୍ଦ୍ଦେଶକ ଅମୋଲ ଗୁପ୍ତେଙ୍କ ଦ୍ୱାରା ତିଆରି ହେଉଥିବା ଏହି ସିନେମାରେ ସାଇନାଙ୍କ ପ୍ରେୀମୀ ଭୂମିକାରେ ଦର୍ଶକ ସକିବ ସଲିମଙ୍କୁ ଦେଖିବାକୁ ପାଇବେ ବୋଲି ଶୁଣିବାକୁ ମିଳୁଛି ।

ସକିବ ଅମୋଲଙ୍କ ବହୁତ ନିକଟତର ଅଟନ୍ତି । ସକିବ ତାଙ୍କର ହାୱା ହାୱାଇ ସିନେମାରେ ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ । ସେ ଏହି ଭୂମିକାକୁ ଗ୍ରହଣ କରି ସାରିଛନ୍ତି । ଏବେ ଏହା ଦେଖିବାକୁ ବାକି ରହିଲା କି ନିଜ ରିୟଲ ଲାଇଫ ଷ୍ଟୋରିରେ ବୟଫ୍ରେଣ୍ଡ କାହାଣୀ ଯୋଡା ଯିବାରେ ସାଇନାଙ୍କର କ’ଣ ପ୍ରତିକ୍ରିୟା ରହୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More