Only for Entertainment

ଭାରତ ସେଟରେ ଆହତ ହେଲେ ସଲମାନ ଖାନ,ଚିକିତ୍ସା ପାଇଁ ମୁମ୍ବାଇ ଫେରିଲେ ।

zeenews
26

ଅଲି ଅବାସ ଜଫରଙ୍କ ଫିଲ୍ମ ଭାରତ ସୁଟିଂ ସମୟରେ ବଲିଉଡ ଆକ୍ଟର ସଲମାନ ଖାନ ଆଘାତ ପାଇଛନ୍ତି ।ଏହି ଘଟଣା ବିଷୟରେ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ତଥ୍ୟ ଆସିନାହିଁ ।ଖବର ଅନୁସାରେ ଘଟଣା ସମୟରେ ସଲମାନ ପଂଜାବରେ ଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେ ମୁମ୍ବାଇରେ ଚିକିତ୍ସା ପାଇଁ ନିଷ୍ପତ୍ତି ନେଇଥିଲେ ଓ ପଂଜାବରୁ ମୁମ୍ବାଇ ଫେରିଥିଲେ ।

ବର୍ତ୍ତମାନର ଖବର ଅନୁସାରେ ସଲମାନ ଚିକିତ୍ସା ସାରି ପୁଣିଥରେ ପଂଜାବ ଫେରି ଯାଇଛନ୍ତି ଫିଲ୍ମ ଭାରତର ସୁଟିଂ ପାଇଁ ।ତେବେ ପଂଜାବ ଫେରିବା ସମୟରେ ସଲମାନ ଏୟାରପୋର୍ଟରେ ସ୍ପଟ ହୋଇଥିବା ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More