Only for Entertainment

କପିଲ ଶର୍ମାଙ୍କ ଶୋ’ରେ ସଲମାନଙ୍କ ରାଜ ଖୋଲିଲେ ବାପା ସଲିମ ।

Indiatimes.com
46

ବଲିଉଡର ଗଡ଼ଫାଦର ସଲମାନ ଖାନଙ୍କ ବିଷୟରେ କିଛି ଅଜଣା କଥା ଜାଣିବାର ଇଛା ସମସ୍ତଙ୍କର ରହିଥାଏ । ସେଥିପାଇଁ ସୋସିଆଲ ମିଡିଆ ଆଜିିକାଲି ଖୁବ ସାହାଯ୍ୟ କରୁଛି । ସବୁଠାରୁ ଖାସ କଥା ହେଉଛି କୌଣସି ରିଆଲିଟି ଶୋ ବା ଅନ୍ୟ କୌଣସି ପ୍ରକାରର ଶୋ’ରେ ଯଦି ପ୍ରିୟ କଳାକାର ଅତିଥି ହୋଇ ଆସନ୍ତି ସେମାନଙ୍କ ସଂପର୍କରେ କେତେକ ନୂଆ ନୂଆ କଥା ଜାଣିବାର ସୁଯୋଗ ମିଳେ । ନିକଟରେ ସେହିଭଳି କିଛି ଘଟିଛି କପିଲ ଶର୍ମାଙ୍କ ଶୋ’ରେ, ଯେଉଁଠାକୁ ସଲମାନ ତାଙ୍କ ବାପା ଓ ଦୁଇ ଭାଇଙ୍କ ସହିତ ପହଂଚିଥିଲେ ।

ସଲିମ୍‌ ଅତ୍ୟନ୍ତ ମଜାକିଆ ଅନ୍ଦାଜରେ କହିଛନ୍ତି, ‘ମୋ ଘରକୁ ଏକ ଲୋକ ଆସୁଥିଲା। ସେ ଆସିବା ମାତ୍ରେ ସଲମାନ ଖୁବ୍‌ ଖୁସି ହୋଇ ଗଣେଶ ଆସିଲା, ଗଣେଶ ଆସିଲା କହି ଦୌଡ଼ି ଯାଉଥିଲା। ଗଣେଶକୁ ଚା’ ଦିଅ ଓ ବସିବାକୁ ଚେୟାର ଦିଅ କହି ଘର ଫଟେଇ ଦେଉଥିଲା। ମୁଁ ଭାବିଲି କିଏ ଇଏ ବ୍ୟକ୍ତି, ଯାହାକୁ ମୋ ଘରେ ମୋଠୁ ବେଶି ସମ୍ମାନ ମିଳୁଛି? ପୁଣି ପରେ ଜଣା ପଡ଼ିଲା ଯେ ସେହି ବ୍ୟକ୍ତି ସଲମାନଙ୍କୁ ଆଣି ପ୍ରଶ୍ନ ପତ୍ର ଦେଉଥିଲା।’

ସଲମାନ ଆଗାମୀ ଦିନରେ ଅଲ୍ଲୀ ଅବାସ ଜଫରଙ୍କ ‘ଭାରତ’ ଚଳଚ୍ଚିତ୍ରରେ ନଜର ଆସିବେ ।୨୦୧୯ ଇଦ୍‌ରେ ରିଲିଜ୍‌ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନ୍‌ କୈଫ୍‌, ଦିଶା ପାଟନୀ ଓ ତବୁ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More