Only for Entertainment

ରାତି ୨ଟାରେ ସଲମାନ କଲେ ବ୍ୟାକ ଫ୍ଲିପ,ଦେଖନ୍ତୁ ଭିଡିଓ ।

youtube
0 45

ଜେଲରୁ ବେଲ ମିଳିବା ପରେ ସଲମାନ ରେସ ଥ୍ରିର ଶେଷ ସିଡ୍ୟୁଲ ସୁଟିଂ ସାରିବା ପାଇଁ ଲାଗି ପଡ଼ିଛନ୍ତି । ଏହାପରେ ସଲମାନ ଅଲ୍ଲି ଅବାସ ଜଫରଙ୍କ ଭାରତର ସୁଟିଂରେ ମନ ନିବେଶ କରିଛନ୍ତି । ଏହି ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ନିର୍ଦ୍ଦେଶକ ସଲମାନଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯାହା ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।


ଏହି ଭିଡିଓ ସଲମାନଙ୍କର ଏକ ଖୁବ ପୁରୁଣା ଭିଡିଓ ଯାହା ଫିଲ୍ମ ସୁଲତାନ ସୁଟିଂ ସମୟରେ କରାଯାଇଥିଲା । ଦୁଇ ଜଣଙ୍କ ସହାୟତାରେ ସେ ଏହି କଷ୍ଟ ଫିଟନେସକୁ କରୁଛନ୍ତି । ନିର୍ଦ୍ଦେଶକଙ୍କ ଅନୁସାରେ ସଲମାନ ରାତି ୨ଟାରେ ଏହି ବ୍ୟାକ ଫ୍ଲିପ କରିଛନ୍ତି ।

ସୁଲତାନ ଫିଲ୍ମରେ ଫିଟନେସକୁ ନେଇ ସଲାମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ପାଇଁ ସେ ତାଙ୍କର ୧୭ କିଲୋ ଓଜନ ମଧ୍ୟ କମ କରିଥିଲେ । ସୁଲତାନ ପରେ ସଲମାନ ପୁଣିଥରେ ଅଲ୍ଲି ଅବାସ ଜଫରଙ୍କ ସହିତ କାମ କରିବାକୁ ଯାଉଛନ୍ତି । ତେବେ ଫିଲ୍ମର ପ୍ରି ପ୍ରଡକ୍ସନ ଆରମ୍ଭ ହୋଇସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More