Only for Entertainment

ପରଦାରେ ଏକାସାଙ୍ଗେ ଦେଖାଯିବେ ସଲମାନ ଓ ଅମୀର !

india today
0 59

ଆପଣ ଏ ଖବର ଶୁଣିଥିବେ ଯେ ଟି-ସିରିଜ୍ର ପୂର୍ବତନ ମାଲିକ ସ୍ୱର୍ଗତଃ ଗୁଲ୍ସନ୍ କୁମାରଙ୍କ ଜୀବନ କାହାଣୀକୁ ନେଇ ଏକ ଫିଲ୍ମ ତିଆରି ହେଉଛି। ଶୀର୍ଷକ ରଖା ଯାଇଛି ‘ମୁଗଲ୍’। ଏଥିରେ ଗୁଲ୍ସନ୍ଙ୍କ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରିବେ ବୋଲି ପ୍ରଥମରୁ କୁହା ଯାଇଥିଲା। ସେ ଫିଲ୍ମଟିକୁ ନେଇ ଅକ୍ଷୟ ବେଶ୍ କିଛି ସମୟଧରି ପ୍ରସ୍ତୁତି ମଧ୍ୟ କରିଥିଲେ। ତେବେ ଶୁଣାଯାଉଛି, ସ୍କ୍ରିପ୍ଟ୍ରେ ଥିବା କିଛି କଥାକୁ ନେଇ ଅକ୍ଷୟ ରାଜି ନ ଥିଲେ। ତେଣୁ ଶେଷରେ ସେ ଫିଲ୍ମଟିକୁ ଛାଡ଼ି ଦେଇଛନ୍ତି। ଶେଷତମ ଖବର ଅନୁସାରେ, ସେହି ଭୂମିକାରେ ଏବେ ସଲ୍ମାନ୍ ଖାଁ ଅଭିନୟ କରିବେ। କେବଳ ସେ ନୁହନ୍ତି, ‘ମୁଗଲ୍’ ସହିତ ଅମିର୍ ଖାଁ ମଧ୍ୟ ଯୋଡ଼ି ହୋଇଛନ୍ତି। ଅବଶ୍ୟ କେବଳ ପ୍ରଯୋଜକ ଭାବେ। ଅର୍ଥାତ୍ ସେ ହେବେ ଏ ଫିଲ୍ମର ଅନ୍ୟତମ ପ୍ରଯୋଜକ। ଗୋଟିଏ ଫିଲ୍ମ ସହିତ ଦୁଇଜଣ ସୁପର୍ଷ୍ଟାର୍ ସଂପୃକ୍ତ ହେବା ଗୋଟେ ଚମତ୍କାର କଥା ନିଶ୍ଚୟ।

ଉଲ୍ଲେଖନୀୟ ଯେ ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘କେଶରୀ’କୁ କରଣ ଯୋହରଙ୍କ ସାଥିରେ ମିଶି ସଲ୍ମାନ୍ ପ୍ରଯୋଜନା କରିବେ ବୋଲି ଶୁଣା ଯାଉଥିଲା। ସେ କୁଆଡ଼େ ଅକ୍ଷୟଙ୍କୁ କଥା ଦେଇଥିଲେ। କିନ୍ତୁ ସେହି ସମୟରେ ଅଜୟ ଦେବଗନ୍ ତାଙ୍କୁ ଏକ ଚିଠିଲେଖି ସେ ଫିଲ୍ମରୁ ଓହରି ଯିବାଲାଗି ଅନୁରୋଧ କରିଥିଲେ। ଅଜୟ କହିଥିଲେ ଯେ ‘କେଶରୀ’ର କାହାଣୀ ତାଙ୍କ ନିଜ ଫିଲ୍ମ ‘ସନ୍ ଅଫ୍ ସର୍ଦାର୍’ର କାହାଣୀ ସହିତ ସମାନ। ଫଳରେ ‘କେଶରୀ’ରୁ ସଲ୍ମାନ୍ ଶେଷ ମୁହୂର୍ତ୍ତରେ ନିଜକୁ ଅଲଗା କରି ନେଇଛନ୍ତି। ଅବଶ୍ୟ ଏ ସଂପର୍କରେ ସଲ୍ମାନ୍ ଟ୍ଵିଟ୍ କରିଛନ୍ତି ଯେ ସେ କେବେ ଅକ୍ଷୟଙ୍କୁ କଥା ଦେଇ ନ ଥିଲେ, ତେଣୁ କଥା ରଖିବା ନ ରଖିବାର ପ୍ରସଙ୍ଗ ହିଁ ଉଠୁନାହିଁ!

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More