Only for Entertainment

ପ୍ରଥମଥର ବଲିଉଡର ଏହି ଦୁଇ କଳାକାର ଏକାଠି ଶେୟାର କରିବେ ସ୍କ୍ରିନ !

Deccan Chronicle
0 39

ବଲିଉଡ୍‌ ଦବଙ୍ଗ୍ ଖାନ୍‌ ସଲମାନ୍‌ ଓ ମୋଷ୍ଟ୍‌ ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ପ୍ରଥମ ଥର ପାଇଁ ଏକାଠି ଗୋଟିଏ ଫିଲ୍ମରେ ଅଭିନୟ କରିବେ। ସଂଜୟ ଲୀଲା ଭଂସାଲୀ ଏହି ଦୁଇ କଳାକାରଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ କରିବେ ବୋଲି ଶୁଣିବାକୁ ମିଳିଛି ।

ସଞ୍ଜୟ ଅନେକ ଦିନରୁ ସଲମାନ୍‌ଙ୍କ ସହ ଏକ ପ୍ରୋଜେକ୍ଟରେ କାମ କରିବାକୁ ସୁଯୋଗ ଖୋଜୁଥିଲେ। ଏବେ ଚର୍ଚ୍ଚା ହେଉଛି ଯେ ଦବଙ୍ଗ୍ ଖାନ୍‌ ଭଂଶାଲୀଙ୍କ ପ୍ରୋଜେକ୍ଟ ‘ଇନଶାଆଲ୍ଲା’ରେ କାମ କରିବେ।

ଏଥିରେ ସଲ୍‌ମାନ୍‌ଙ୍କ ବିପକ୍ଷରେ ଦୀପିକା ପାଦୁକୋନ୍‌ଙ୍କୁ ନିଆଯାଇପାରେ। ଏହା ପୂର୍ବରୁ ଦୀପିକା ଭଂଶାଲୀଙ୍କ ସହ ତିନୋଟି ଫିଲ୍ମ କରିଛନ୍ତି। ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ଆୟ କରିଛି। ଆସନ୍ତା ବର୍ଷରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇପାରେ।

ସଲମାନ୍‌ ଏବେ ‘ଭାରତ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାପରେ ସେ’ଦବଙ୍ଗ-୩’ ଶୁଟିଂ କରିବେ। ଅନ୍ୟପଟେ ଦୀପିକାଙ୍କ ହାତରେ ଏବେ କୌଣସି ଫିଲ୍ମ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More