Only for Entertainment

ଟ୍ୱିଟରରେ ମୁହାଁମୁହିଁ ହେଲେ ଦବଙ୍ଗ ଖାନ ଓ ଦେଶୀ ଗର୍ଲ । ସଲମାନଙ୍କ ପରିହାସର ଏଭଳି ଉତ୍ତର ଦେଲେ ପ୍ରିୟଙ୍କା ।

ndtv.com
0 51

ଖବୁ ଶୀଘ୍ର ବଲିଉଡ ଦେଶୀ ଗର୍ଲ ଓ ସଲମାନ ଫିଲ୍ମ ଭାରତରେ କମ ବ୍ୟାକ କରିବାକୁ ଯାଉଛନ୍ତି । ଭାରତରେ ପ୍ରିୟଙ୍କାଙ୍କ ନାମ ଫାଇନାଲ ହେବା ପରେ ସଲମାନ ଏକ ଟ୍ୱିଟ କରି ପ୍ରିୟଙ୍କାଙ୍କୁ ପରିହାସ କରିଥିଲେ କିନ୍ତୁ ପ୍ରିୟଙ୍କା ଦବଙ୍ଗ ଖାନଙ୍କୁ ଖୁବ ମଜାଦାର ଉତ୍ତର ଦେଇଥିଲେ ।


ପ୍ରିୟଙ୍କା ଲେଖିଥିଲେଯେ ମୁଁ ସବୁବେଳେ ଦେଶୀ ଗର୍ଲ ହୋଇ ରହିଛି । ଫିଲ୍ମ ଭାରତରେ ଭାଗୀଦାର ହୋଇଥିବାରୁ ମୁଁ ଖୁବ ଖୁସି ଅଛି । ସେଟରେ ଦେଖାହେବ । ତେବେ ସଲମାନ ଏବଂ ପ୍ରିୟଙ୍କାଙ୍କ ଏହି ଟ୍ୱିଟକୁ ଖୁବ ପସନ୍ଦ କରାଯାଉଛି ।


ସିନେମା ପରଦାରେ ସଲମାନ ଏବଂ ପ୍ରିୟଙ୍କା ୧୦ ବର୍ଷ ପରେ ନଜର ଆସିବେ । ୨୦୦୮ରେ ଦୁଇ ଜଣ ଶେଷ ଥର ପାଇଁ ଫିଲ୍ମ ‘ଗଡ଼ ତୁସି ଗ୍ରେଟ ହୋ’ରେ ଏକା ସାଙ୍ଗରେ ନଜର ଆସିଥିଲେ । ପ୍ରଥମେ ୨୦୦୪ରେ ଫିଲ୍ମ ‘ମୁଝସେ ସାଦି କରୋଗି’ରେ ଦୁଇଜଣ ଏକା ସାଙ୍ଗରେ ଦେଖିବାକୁ ମିଳିଥିଲେ । ତେବେ ଫିଲ୍ମ ଭାରତ ୨୦୧୯ ଇଦରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More