Only for Entertainment

ବକ୍ସ ଅଫିସରେ ସଲମାନ ଏବଂ ରଜନୀକାନ୍ତଙ୍କ ମଧ୍ୟରେ ମୁକାବିଲା, କାଲା ଏବଂ ରେସ-୩ ହୋଇପାରେ ସାମ୍ନା-ସାମ୍ନୀ

zee news
0 33

ରଜନୀକାନ୍ତଙ୍କୁ ଦକ୍ଷିଣ ଭାରତୟ ଫିଲ୍ମର ଭଗବାନ କୁହାଯାଉଥିବା ବେଳେ ସଲମାନଙ୍କୁ ଦିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଭାଇଜାନ କୁହାଯାଇଥାଏ । ଏହି ଦୁଇ ଅଭିନେତାଙ୍କ ଫିଲ୍ମ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ଧମାଲ ମଚାଇଥାଏ । ତେବେ ଟିକିଏ ଭାବନ୍ତୁ ଯଦି ଏହି ଦୁଇ ସୁପରଷ୍ଟାରଙ୍କ ଫିଲ୍ମ ଏକା ସହିତ ରିଲିଜ ହୁଏ ତେବେ ଏହି ମୁକାବିଲା କାହା ପକ୍ଷରେ ହେବ ।

kaala

ଖବର ଅନୁସାରେ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘କାଲା’କୁ ପ୍ରଥମେ ୨୭ ଏପ୍ରିଲରେ ରିଲିଜ କରିବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ କାରଣ ରୁ ଏହା ହୋଇ ପାରିଲା ନାହିଁ । ଏବେ ଫିଲ୍ମର ନିର୍ମାତା ଫିଲ୍ମକୁ ଜୁନ ୧୫ରେ ରିଲିଜ କରିବା ଅର୍ଥାତ ଇଦରେ ରିଲିଜ କରିବା ପାଇଁ ସ୍ଥିର କରିଛନ୍ତି ।

race 3

ଆପଣଙ୍କୁ କହିରଖୁଛୁ ଯେ ଜୁନ ୧୫ରେ ସଲମାନଙ୍କ ଫିଲ୍ମ ‘ରେସ-୩’କୁ ରିଲିଜ କରାଯିବା ପାଇଁ ପ୍ରଥମରୁ ସ୍ଥିର କରାଯାଇଛି । ତେବେ ଏହି ଇଦରେ ରଜନୀକାନ୍ତଙ୍କ ଫିଲ୍ମ ‘କାଲା’ ଏବଂ ସଲମାନ ଖାନଙ୍କ ଫିଲ୍ମ ‘ରେସ-୩’ ପରସ୍ପରକୁ ଟକ୍କର ଦେବେ । ତେବେ ଅନ୍ୟ ପକ୍ଷରେ ‘କାଲା’ର ରିଲିଜ ଡେଟକୁ ନେଇ ଅନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନାହିଁ ।

ଯଦି ଏହି ଦୁଇଟି ଫିଲ୍ମ ଏକା ସହିତ ରିଲିଜ ହୁଏ ତେବେ ଦର୍ଶକ କେଉଁ ଫିଲ୍ମକୁ ଅଧିକ ପସନ୍ଦ କରିବେ ତେହେ ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More