Only for Entertainment

ଏହି ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି ସଲମାନ-ରୋହିତ । ଏହି ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି ସଲମାନ-ରୋହିତ । ଏହି ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି ସଲମାନ-ରୋହିତ ।

CapitalTrick
27

ସଲମାନ ଆଜି ମଧ୍ୟ ୫୩ ବର୍ଷରେ ଖୁବ ସୁପରହିଟ ଫିଲ୍ମ ଦେଇଥାନ୍ତି । ତେବେ ନିକଟରେ ତାଙ୍କ ଫିଲ୍ମ ଭାରତ ରିଲିଜ ହୋଇଛି । ଏହି ମଧ୍ୟରେ ଖବର ଆସିଛି ସଲମାନ ପ୍ରସିଦ୍ଧ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ସହିତ କାମ କରିବାକୁ ଯାଉଛନ୍ତି ।

ସିମ୍ବା, ସିଙ୍ଘମ, ଚେନ୍ନାଇ ଏକ୍ସପ୍ରେସ ଭଳି ହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେବା ପରେ ଏବେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ରୋହିତ । ତେବେ ଏ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରୋହିତ ଦବଙ୍ଗ ଷ୍ଟାର ସଲମାନଙ୍କ ଖାନ୍‌ଙ୍କ ଫିଲ୍ମ କିକ୍‌-୨ରେ ନିର୍ଦ୍ଦେଶନା ଦେବାକୁ ଯାଉଥିବା ଜଣା ପଡ଼ିଛି ।

 

ସଲମାନଙ୍କ ଅଭିନୀତ ଫିଲ୍ମ କିକ୍‌ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା । ଏଥିରେ ସଲମାନଙ୍କ ସହ ଅଭିନେତ୍ରୀ ଜାକ୍‌ଲିନ ଫଣ୍ଣାଡିଜ୍‌ ନଜର ଆସିଥିଲେ । ତେବେ ଦ୍ୱିତୀୟ ଭାଗରେ ମଧ୍ୟ ଜାକ୍‌ଲିନ ନଜର ଆସିବାକୁ ଥିବା ବେଳେ ରୋହିତ ଏହାର ନିର୍ଦ୍ଦେଶନା ଦେବେ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମର ପ୍ରଥମ ଭାଗ ଯେଉଁଠାରୁ ଶେଷ ହୋଇଥିଲା ଦ୍ୱିତୀୟ ଭାଗ ସେଇଠୁ ଆରମ୍ଭ ହେବ ବୋଲି ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More