Only for Entertainment

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକାଠି ନଜର ଆସିପାରନ୍ତି ଶାହରୁଖ, ସଲମାନ ଏବଂ ଆମୀର !

89

ସଲମାନ ଖାନ, ଶାହରୁଖ ଖାନ ଏବଂ ଆମୀର ଖାନଙ୍କ ଫ୍ୟାନ୍ସ ଏହି ତିନୋଟି କଳାକାରଙ୍କୁ ଏକା ସହ ଗୋଟିଏ ଫିଲ୍ମରେ ଦେଖିବାକୁ ଉତ୍ସାହର ସହ ଚାହିଁ ବସିଥାଆନ୍ତି । ମାତ୍ର ଏବେ ପର୍ଯ୍ୟନ୍ତ ଫିଲ୍ମ ନିର୍ମାତା ଏଭଳି କୌଣସି ସ୍କ୍ରିପ୍ଟ ନେଇ ଆସିନାହାନ୍ତି , ଯେଉଁଥିରେ ଏହି ୩ଟି କଳାକାରଙ୍କୁ ଦେଖିବାକୁ ମିଳିବ । ମାତ୍ର ଏବେ ଲାଗୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସମ୍ଭବ କରିବାକୁ ଯାଉଛନ୍ତି ।

ଏକ ରିପୋର୍ଟ ମୁତାବକ ଅନୁସାରେ , ପ୍ରଧାନମନ୍ତ୍ରୀ ମୋଦି ତିନି ଜଣ ଅଭିନେତାଙ୍କୁ ଏକ ଭିଡିଓ ପାଇଁ ସମ୍ପର୍କ କରିଛନ୍ତି । ଏଭଳି ଶୁଣିବାକୁ ମିଳିଛି ଯେ ୩ଜଣ ଜଳ ସଂଚୟ ଏବଂ ଜଳ ଶକ୍ତି ଅଭିଯାନକୁ ପ୍ରୋତ୍ସାହନ ପାଇଁ ନିଜ ସମର୍ଥନ ଦେବେ । ରିପୋର୍ଟରେ ମୁତାବକ ୩ଜଣ ଅଭିନେତାଙ୍କୁ କେନ୍ଦ୍ରୀୟମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆପ୍ରୋଚ କରିଛନ୍ତି ।

ଏହି ଅଭିଯାନରେ ପ୍ରଥମରୁ ହିଁ ଆମୀର ଖାନ ଏବଂ ଅମିତାଭ ବଚ୍ଚନ ଅଛନ୍ତି , କିନ୍ତୁ କ୍ରିଏଟିଭ ଟିମ ୩ଜଣ ସୁପରଷ୍ଟାରଙ୍କ ସହ ଆଇଡିଆକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ମାନ୍ୟତା ରହିଛି ଯେ ଏହାଦ୍ୱାରା ଏହି ଅଭିଯାନରେ ଭଲ ପ୍ରଭାବ ପଡିବ । ମାତ୍ର ଏବେ ପର୍ଯ୍ୟନ୍ତ ଆମୀର, ସଲମାନ ଏବଂ ଶାହରୁଖ ଏହାକୁ ନେଇ ନିଜର ଅନୁମତି ଦେଇ ନାହାନ୍ତି ।

ସେହିଭଳି ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଶାହରୁଖ ନିଜ ଆଗାମୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିବା ବାକି ଅଛି, ସେ ଆନନ୍ଦ ଏଲ ରାୟଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ । ସଲମାନ ଖାନ ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ‘ଦବଙ୍ଗ୩’ ଏବଂ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇଂଶାଅଲ୍ଲାହ’ରେ ନଜର ଆସିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More