Only for Entertainment

ବାଜି ମାରିଲା ସଲମାନଙ୍କ ‘ଭାରତ’ ।

39

ସଲମାନଙ୍କ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି । ଆଜି ଇଦ ଉପଲକ୍ଷେ ରିଲିଜ ହୋଇଛି ସଲମାନଙ୍କ ଫିଲ୍ମ ଭାରତ । ତେବେ ଫିଲ୍ମକୁ ନେଇ କ’ଣ ପ୍ରତିକ୍ରିୟା ଆସିଛି ଆସନ୍ତୁ ଆଲୋଚନା କରିବା ।ବକ୍ସ ଅଫିସରେ ଫିଲ୍ମ ଗୋଟିଏ ଦିନରେ ୪୨. ୩ କୋଟି ଆୟ କରିଛି।

 

ଅଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମଟି ପୂର୍ବରୁ ସଲମାନ ଖାନ୍‌ଙ୍କ ଇଦ୍‌ରେ ରିଲିଜ୍‌ ହୋଇଥିବା ସବୁ ଫିଲ୍ମର ବକ୍ସ ଅଫିସ କଲେକସନ୍‌ ରେକର୍ଡକୁ ଭାଙ୍ଗି ଦେଇଛି। ଏହା ସଲମାନଙ୍କ ଅଭିନୀତ ପ୍ରଥମ ଫିଲ୍ମ ଯାହା ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଛି। ଦିୱାଲିରେ ରିଲିଜ୍‌ ହୋଇଥିବା ସଲମାନଙ୍କ ‘ପ୍ରେମ ରତନ ଧନପାୟୋ’ ପ୍ରଥମ ଦିନରେ ୩୯.୩୨ କୋଟି ଟଙ୍କା ଆୟ କରିଥିଲା।

 

ଅନ୍ୟପକ୍ଷରେ ପ୍ରଥମଦିନ ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ଫିଲ୍ମ ଗୁଡ଼ିକ ମଧ୍ୟରେ ‘ଭାରତ’ ୪ ନଂ ସ୍ଥାନରେ ରହିଛି। ସେହିପରି ୨୦୧୯ରେ ଏହା ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ। ଆଭେଞ୍ଜର ଏଣ୍ଡଗେମ୍‌ ପ୍ରଥମ ଦିନ ୫୩ କୋଟି ଆୟ କରିଥିଲା। ‘ଭାରତ’ ରିଲିଜ୍‌ ହେବା ପୂର୍ବରୁ ବଲିଉଡ୍‌ ଫିଲ୍ମ ‘କଲଙ୍କ’ ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଫିଲ୍ମ ଥିଲା। ହେଲେ ଭାରତ ଏହାକୁ ଅତିକ୍ରମ କରିଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More