Only for Entertainment

ପୁଣିଥରେ ବିଗ ବସ ହାଉସରେ ଅନୁପ ଜଲୋଟା, ଜସଲିନଙ୍କ ସହିତ ସର୍ମ୍ପକୁ ନେଇ କହିଲେ…

ndtv
18

ବିଗ ବସ-୧୨ରେ ଚଳିତ ସପ୍ତାହର ୱିକେଣ୍ଡ କା ବାର ଖୁବ ଏଣ୍ଟରଟେନିଂ ରହିବ । ବିଗ ବସ-୧୨ ହାଉସରେ ଦେଢ ମାସ ଧରି ପ୍ରତିଯୋଗୀ ଭାବେ ରହିଥିବା ଭଜନ ସମ୍ରାଟ ଅନୁପ ଜଲୋଟା ପୁଣିଥରେ ବିଗ ବସ ହାଉସରେ ନଜର ଆସିବେ । ଏହା ସହିତ ଅନୁପ ଜଲୋଟା ଜସଲିନଙ୍କ ସହିତ ମଧ୍ୟ ସାକ୍ଷାତ କରିବେ ।

କହିରଖୁଛୁ ଯେ, ଅନୁପ ଜଲୋଟା ଏବଂ ଜସଲିନ ମଥାରୁ ବିଗ ବସକୁ ଆସିବା ପରେ ନିଜ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ । ୩ ବର୍ଷ ହେବ ଅନୁପଙ୍କ ସହିତ ତାଙ୍କର ସମ୍ପର୍କ ଥିବା ମଧ୍ୟ ଜସଲିନ କହିଥିଲେ । କିନ୍ତୁ ଘରୁ ବାହାରିବା ପରେ ଅନୁପ କହିଥିଲେ ଜସଲିନ କେବଳ ତାଙ୍କ ଶିଷ୍ୟ । ତାଙ୍କ ମଧ୍ୟରେ ଭଲ ପାଇବା ନାହିଁ ।

ନିକଟରେ ଶୋ’ର ଏକ ପ୍ରମୋକୁ ରିଲିଜ କରାଯାଇଛି । ଯେଉଁଥିରେ ଅନୁପ ଜଲୋଟା ବିଗ ବସ ଘରେ ପହଁଚିଥାନ୍ତି । ଜସଲିନ ତାଙ୍କୁ ଉତ୍ସାହର ସହିତ ଆଲିଙ୍ଗନ କରନ୍ତି । ସଲମାନ ଅନୁପଙ୍କୁ ଜସଲିନଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ପଚାରିବାରୁ ସେ କହିଥିଲେ ତାଙ୍କ ମନରେ ଜସଲିନଙ୍କ ପାଇଁ ରୋମାଣ୍ଟିକ ଫିଲିଂସ ନାହିଁ । ଏହାକୁ ଶୁଣି ଜସଲିନ କୁହନ୍ତି ବୋଧ ହୁଏ ତାଙ୍କୁ କୈଣସି କନଫ୍ୟୁଜନ ହୋଇଥିଲା । ଏବେ ଦେଲଖିବାକୁ ବାକି ରହିଲା ଦୁହିଁଙ୍କ ସମ୍ପର୍କ ଏହା ପରେ କେଉଁ ମୋଡ ନେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More