Only for Entertainment

ଶୀକାର ମାମଲାରେ ଜେଲ ଯାଇଥିବାରୁ ବଦଳିଲାକି ସଲମାନଙ୍କ ସ୍ୱଭାବ?

aajtak
0 45

ସଲମାନଙ୍କ ଜୀବନ ବିବାଦରେ ଭରି ରହିଛି । ଅନ୍ୟ କେତେକ କାରଣରୁ ମଧ୍ୟ ସେ ଜେଲ ଯାଇଛନ୍ତି । ଏବେ କୃଷ୍ଣକାୟ ମୃଗ ଶୀକାର ମାମଲାରେ ଯୋଦ୍ଧପୁର ସିଜିଏମ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷର ଜେଲ ଦଣ୍ଡ ଘୋଷଣା କରିଛନ୍ତି । କିନ୍ତୁ କୁହାଯାଉଛି ଶୀକାର ମାମଲାରେ ଜେଲ ଯିବାପରେ ସଲମାନଙ୍କ ସ୍ୱଭାବରେ କେତେକ ପରିବର୍ତ୍ତନ ନଜର ଆସିଛି । ପୂର୍ବାପେକ୍ଷା ସେ ସରଳ ହୋଇ ଯାଇଛନ୍ତି । କେବଳ ସରଳ ନୁହେଁ ବରଂ ଗମ୍ଭୀର ମଧ୍ୟ ହୋଇ ଯାଇଛନ୍ତି ।

ଆଜି ଠାରୁ କିଛି ବର୍ଷ ପୂର୍ବରୁ ଯେତେବେଳେ ସଲମାନ ଜେଲ ଯାଇଥିଲେ ସେତେବେଳେ ତାଙ୍କ ଛବି ଏକ ବ୍ୟାଡ ବଏ ଥିଲା । ଦୋଷ ଲାଗିବା ପରେ ମଧ୍ୟ ତାଙ୍କର ଗର୍ବ ଭାଙ୍ଗି ନଥିଲା । ରାଜସ୍ଥାନ ଆସିବା ପରେ ସେ ଲୋକଙ୍କୁ ଧକ୍କା ଦେଉଥିଲେ । ଏହା ବ୍ୟତୀତ ପୋଲିସ କର୍ମଚାରୀଙ୍କ ସହିତ ଯୁକ୍ତି କରୁଥିଲେ ଏବଂ ମାଇକ ମଧ୍ୟ ଫୋପାଡ଼ି ଦେଉଥିଲେ । ତାଙ୍କ ବଡିଗାର୍ଡ଼ ମଧ୍ୟ ଭଲ ବ୍ୟବହାର କରୁନଥିଲେ । କ୍ୟାମେରାମ୍ୟାନ ଏବଂ ରିପୋର୍ଟରଙ୍କ ମାଇକ ଛଡ଼ାଇ ଫିଙ୍ଗି ଦେଉଥିଲେ । କିନ୍ତୁ ଯେତେବେଳେ ସେ ଜେଲ ଗଲେ ଏବଂ ସେଠାରୁ ଫେରିଲେ ତାଙ୍କ ମଧ୍ୟରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସାର୍ବଜନୀନ ସ୍ଥାନରେ ତାଙ୍କ ଛବି ପୂର୍ବ ଅପେକ୍ଷା ଶାଳୀନ ନଜର ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More