Only for Entertainment

ବାଲ୍ମିକୀ ସମାଜ ଉପରେ ଆପତ୍ତିଜନକ ମାମଲାରେ ସୁପ୍ରିମ କୋର୍ଟ ପହଂଚିଲେ ସଲମାନ ଖାନ ।

youtube
0 50

ବଲିଉଡ ଅଭିନେତା ସଲମାନ ଖାନଙ୍କ ଦ୍ୱାରା ବାଲ୍ମିକୀ ସମାଜ ଉପରେ କଥିତ ଆପତ୍ତିଜନˆ ଟିପ୍ପଣୀ ମାମଲା ସୁପ୍ରିମ କୋର୍ଟରେ ପହଂଚି ଯାଇଛି । ସଲମାନ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ତାଙ୍କ ବିରୁଦ୍ଧରେ ହୋଇଥିବା ଏଫଆଇଆରକୁ ରବ୍ଦ କରିବା ପାଇଁ ଦାବି କରିଛନ୍ତି ।

ଖବର ଅନୁସାରେ ପିଟିସନରେ ଦାବୀ କରାଯାଇଛିଯେ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପୋଲିସଙ୍କୁ ଏହା ନିର୍ଦ୍ଦେଶ ଦିଆଯାଉଯେ ତାଙ୍କ ବିରୁଦ୍ଧରେ ଏହି ମାମଲାରେ କୌଣସି କମ୍ପେ୍ଲନ ରଖାନଯାଉ । ତାଙ୍କ ବିରୁଦ୍ଧରେ ମହାରଷ୍ଟ୍ର,ଗୁଜୁରାଟ ଏବଂ ଦିଲ୍ଲୀରେ ଯେଉଁ କେସ ବା ପିଟିସନ ରହିଛି ତାହା ଉପରେ ରୋକ ଲଗାଯାଉ । ବାସ୍ତବରେ ବାଲ୍ମିକୀ ସମାଜ ସଲମାନଙ୍କ ଏକ ଟିପ୍ପଣୀ ଉପରେ ଆପତ୍ତି ଦେଖାଇ ତାଙ୍କ ବିରୁଦ୍ଧରେ ଭିନ୍ନ ଭିନ୍ନ ରାଜ୍ୟରେ ଏଫଆଇଆର ରୁଜୁ କରାଯାଇଛି ।

ଗତବର୍ଷ ଡିସେମ୍ବରରେ ବଲିଉଡର ଦବଙ୍ଗ ସଲମାନ ଖାନ ଓ ସିଲ୍ପା ସେଟ୍ଟୀଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ କଥା ହେବା ସମୟରେ ଦୁଇ ଜଣ ବାଲ୍ମିକୀ ସମାଜ ବିରୁଦ୍ଧରେ ଜାତିସୂଚକ ଶବ୍ଦର ବ୍ୟବହାର କରିଥିଲେ । ଏହାପରେ ତାଙ୍କ ଉପରେ ଉପହାସ କରିଥିବା ଅଭିଯୋଗ ଲାଗିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More