ସଲମାନଙ୍କୁ କୋହଳ କଲା ସୁପ୍ରିମକୋର୍ଟ, ଆଉ ରୁଜୁ ହେବ ନାହିଁ ମାମଲା
ଆଇନ କାନୁନ ମଧ୍ୟରେ ସବୁବେଳେ ଫସି ରହୁଥିବା ଅଭିନେତା ସଲମାନଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ତାଙ୍କ ବିରୋଧରେ କୌଣସି ଏତଲା ରୁଜୁ କରାଯିବ ନାହିଁ ବୋଲି ଦାୟର କରାଯାଇଥିବା ପିଟିସନ ଉପରେ ଶୁଣାଣି କରି ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ଖବର ସାମ୍ନାକୁ ଆସିବା ପରେ ସଲମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ସଲମାନଙ୍କ ଫିଲ୍ମ ଲଭୟାତ୍ରୀକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାୟର କରାଯାଇଥିଲା। ପିଟିସନରେ ସଲମାନ ଧାର୍ମିକ ଭାବନାକୁ ଆହାତ କରିଥିବାର ଅଭିଯୋଗ କରାଯାଇଥିଲା। ଏହା ସହ ତାଙ୍କ ବିରୋଧରେ ଏ ନେଇ ଏତଲା ରୁଜୁ କରାଯାଉ ବୋଲି ମଧ୍ୟ ଦାବି କରାଯାଇଥିଲା। ଏବେ ଏହି ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ସଲମାନଙ୍କୁ ମୁକ୍ତି ଦେଇଛନ୍ତି।ସଲମାନଙ୍କ ବିରୋଧରେ ଦାୟର କରାଯାଇଥିବା ପିଟିସନ ଆଧାରରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଏହା ସହ ତାଙ୍କ ବିରୋଧରେ ଏ ନେଇ କୌଣସି ଏତଲା ରୁଜୁ କରାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।