Only for Entertainment

କ୍ୟାଟରୀନାଙ୍କ ସାମ୍ନାରେ ସଲମାନ କାହାକୁ ଦେଖୁନାହାନ୍ତି, କାନରେ ଫୁସୁରୁ ଫାସୁରୁ ହେଉଥିବା ଭିଡିଓ ଆସିଲା ସାମ୍ନାକୁ ।

PeepingMoon
0 47

ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ହୃଦୟ କେତେ ଛୁଆଳିଆ ଏହା ଆମେ ଆପଣଙ୍କୁ କହିବା ଜରୁରୀ ଭାବୁ ନାହୁଁ । ସଲମାନଙ୍କ ହୃଦୟ ଏବେ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀଙ୍କ ଉପରେ ଫିଦା ହୋଇ ସାରିଲାଣି । ସଲମାନଙ୍କ ସମସ୍ତ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ସହ ନର୍ମାଲ ସମ୍ପର୍କ ରହିଛି କେବଳ ଐଶ୍ୱର୍ଯ୍ୟାଙ୍କ ଛାଡି । ସେହିଭଳି ଏବେ ସଲମାନଙ୍କ କେମେଷ୍ଟ୍ରି କ୍ୟାଟରୀନା କୈଫଙ୍କ ସହ ମଧ୍ୟ ଖୁବ ଦେଖିବାକୁ ମିଳୁଛି ।

ଗତ କିଛି ଦିନ ପୂର୍ବେ ଦୁହେଁ ଟାଇଗର ଜିନ୍ଦାରେ ଏକା ସହ କାମ କରିଥିଲେ । ଏହାବ୍ୟତୀତ ଦୁହେଁ ଅନେକ ସମୟରେ ଏକାସହ ନଜର ଆସୁଛନ୍ତି । କ୍ୟାଟରୀନା ସଲମାନଙ୍କ ସହ ବ୍ୟାଙ୍ଗ ଟୁର ଯାଇଥିଲେ । ସଲମାନ ଯେବେ କ୍ୟାଟରୀନାଙ୍କ ସହ ଥାଆନ୍ତି ସେ ତାଙ୍କ ବ୍ୟତୀତ କାହା ଉପରେ ଧ୍ୟାନ ଦିଅନ୍ତି ନାହିଁ । ଏବେ କିଛି ସେହିଭଳି ହୋଇଛି ଆଟଲାଂଟାରେ ।

ଯେଉଁଠାରେ ସଲମାନ-କ୍ୟାଟରୀନାଙ୍କ ସହ ସୋନାକ୍ଷୀ ସିନ୍ହା, ଜ୍ୟାକଲିନ ଫର୍ଣ୍ଣାଡିଜ, ଡେଜି ଶାହ, ମନୀଷ ପଲ ଏବଂ ଗୁରୁ ରନ୍ଧାୱା ସମସ୍ତେ ଟୁର ପାଇଁ ଯାଇଛନ୍ତି । ଏଠାରେ ସଲମାନ ସମସ୍ତ ଅଭିନେତ୍ରୀଙ୍କୁ ଛାଡି କ୍ୟାଟରୀନାଙ୍କ ସହ କାନାରେ ଫୁସୁର ଫାସୁରୁ କରୁଥିବା ନଜର ଆସିଛନ୍ତି । ସଲମାନ କ୍ୟାଟରୀନାଙ୍କ କାନରେ କିଛି କହୁଛନ୍ତି ଏହା ଶୁଣି ଦୁହେଁ ହସୁଥିବାର ନଜର ଆସିଛନ୍ତି । ସଲମାନ ଏଠାରେ କେବଳ କ୍ୟାଟରୀନାଙ୍କ ଉପରେ ଧ୍ୟାନ ଦେଉଥିଲେ ।

ଏହାବ୍ୟତୀତ ପୁନେରେ ଯେତେବେଳେ ବ୍ୟାଙ୍ଗ ଟୁର ହୋଇଥିଲା ସଲମାନ ସେତେବେଳେ କ୍ୟାଟରୀନାଙ୍କ କପରୁ କଫି ପି’ ନେଇଥିଲେ । ସେହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏସବୁ ଦେଖି ଲାଗୁଛି ସଲମାନ ଏବେ ମଧ୍ୟ କ୍ୟାଟରୀନାଙ୍କ ପାଇଁ କେୟାରିଂ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More