Only for Entertainment

ବିଦେଶରେ ନୁହେଁ ଭାରତର ଏହି ସୁନ୍ଦର ଲୋକେସନରେ ହେବ ‘ଇଂଶାଲ୍ଲାହ’ର ସୁଟିଂ

BollyInside
27

ଫିଲ୍ମ ନିର୍ମାତା ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇଂଶାଲ୍ଲାହ’ରେ ଖୁବ ଶୀଘ୍ର ସଲମାନ ଖାନ ଏବଂ ଆଲିଆ ଭଟ୍ଟଙ୍କ ଯୋଡି ବଡ ପରଦାରେ ଦେଖିବାକୁ ମିଳିବ । ନିକଟରେ ଏହି ଫିଲ୍ମକୁ ନେଇ ମେକର୍ସ ବଡ ଘୋଷଣା କରିଥିଲେ । ଏବେ ଫିଲ୍ମକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ସଲମାନ ଖାନ ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ଇଂଶାଲ୍ଲାହର ସୁଟିଂ ଋଷିକେଶ, ହରିଦ୍ୱାର ଏବଂ ବାରଣାସୀର ସୁନ୍ଦର ଲୋକେସନରେ ହେବ । ଏହା ସହିତ ଉତ୍ତରକାଶୀରେ ମଦ୍ୟା ଫିଲ୍ମର କିଛି ସିନ ସୁଟ କରାଯିବ ।

ନିର୍ମାତା ଚିନ୍ମୟ ପଣ୍ଡିତ ଫିଲ୍ମର ଲୋକେସନ ବିଷୟରେ କହିଥିଲେ, ଇଂଶାଲ୍ଲାହ ପାଇଁ ସଂଜୟ ଲୀଲା ଭଂସାଲୀ ନିକଟରେ ଋଷିକେଶ ଯାଇଥିଲେ । ଏବଂ ସେଠାରେ ସେ କିଛି ଲୋକେସନକୁ ଫିଲ୍ମ ପାଇଁ ସିଲେକ୍ଟ କରିଛନ୍ତି । ଏହା ସହିତ ସେ ହରିଦ୍ୱାରରେ କିଛି ସମୟ ବିତାଇବା ସହିତ ଗଙ୍ଗା ଆଳତୀ ମଧ୍ୟ କରିଥିଲେ ।

ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମରେ ପ୍ରଥମ ଥର ପାଇଁ ସଲମାନଙ୍କ ସହିତ ଆଲିଆ ଭଟ୍ଟ ନଜର ଆସିବେ । ଫିଲ୍ମରେ ଦୁୁହେଁ କେଉଁ ଭଳି ଚରିତ୍ରରେ ନଜର ଆସିବେ ତାହାର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ । ଆଶା କରାଯାଉଛି ଯେ, ଏହି ଯୋଡିକୁ ଦର୍ଶକ ପସନ୍ଦ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More