Only for Entertainment

ଫଟୋସୁଟରେ ଝଲସିଲା ବ୍ଲକବଷ୍ଟର୍ ଯୋଡିଙ୍କ କେମେଷ୍ଟ୍ରୀ, ରୋମାଂଟିକ୍ ପୋଜ୍ ଦେଲେ ସଲମାନ୍ – ଜ୍ୟାକଲିନ୍

Town News
0 31

ଇଦରେ ପରଦାକୁ ଆସିବ ଦବଙ୍ଗ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ରେସ୍ – ଥ୍ରୀ । ଫିଲ୍ମ ରିଲିଜ୍ ପୂର୍ବରୁ ରେସ୍ – ଥ୍ରୀ ଟିମ୍ ଆରମ୍ଭ କରିଦେଇଛନ୍ତି ଜୋର୍ ଦାର୍ ପ୍ରମୋସନ୍ । ଯାହାକୁ ନେଇ କେତେବେଳେ ଟିଭି ଶୋ’ରେ ପହଁଚି ଯାଉଛନ୍ତି ତ’ କେତେବେଳେ କୋଉ ଇଭେଂଟରେ ନଜର ଆସୁଛନ୍ତି ରେସ୍ – ଥ୍ରୀ ଷ୍ଟାର୍ କାଷ୍ଟ । ଏବେ ରେସ୍ – ଥ୍ରୀକୁ ପ୍ରମୋଟ୍ କରିବା ପାଇଁ ଫିଲ୍ମର ଲିଡ୍ ଷ୍ଟାର୍ ସଲମାନ୍ ଖାନ୍ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ କରାଇଛନ୍ତି ଫଟୋସୁଟ୍ । ହାଲୋ ଇଣ୍ଡିଆ ମାଗାଜିନ୍ ପାଇଁ ଏହି ବ୍ଲକବଷ୍ଟର୍ ଯୋଡି ଫଟୋସୁଟ୍ କରିଥିବା ନଜର ଆସିଛନ୍ତି।

ହାଲୋ ଇଣ୍ଡିଆ ମାଗାଜିନ୍ ପାଇଁ କରିଥିବା ଏହି ଫଟୋସୁଟରେ ଦୁହେଁ ବେଶ ଷ୍ଟାଇଲିସ୍ ନଜର ଆସିଥିଲେ । ଉଭୟ ସଲମାନ୍ ଓ ଜ୍ୟାକଲିନଙ୍କୁ ମଡର୍ଣ୍ଣ ଆଉଟଫିଟରେ ଦେଖିବାକୁ ମିଳିଥିଲା । ହାଲୋ ମାଗାଜିନର ଜୁନ୍ ମାସ ସଂସ୍କରଣ ପାଇଁ ଏହି ଫଟୋସୁଟ୍ କରାଯାଇଛି ।


କଭର୍ ଫଟୋ ପାଇଁ ଯେଉଁଠି, ବ୍ଲାକ କଲର ଅଫ୍ ସୋଲଡର୍ ଡ୍ରେସ୍ ଏବଂ ରେଡ୍ ଲିପିଷ୍ଟିକରେ ଜ୍ୟାକଲିନଙ୍କ ଲୁକ୍ସ ରହିଛି ବେଶ୍ ହଟ୍ । ସଲମାନ୍ ବି ବ୍ଲାକ କଲର ଲେଦର୍ ଜ୍ୟାକେଟରେ ଡ୍ୟାସିଂ ନଜର ଆସିଛନ୍ତି । ଦୁହିଁଙ୍କ ଫିଲ୍ମ ରେସ୍ – ଥ୍ରୀ ରିଲିଜ୍ ହେବା ଆଗରୁ ହିଁ ଏମାନଙ୍କ ହଟ୍ ଫଟୋସୁଟ୍ ଦେଖାଇ ଦେଇଛି କେତେ ଜବରଦସ୍ତ ହେବ ଫିଲ୍ମରେ ଏମାନଙ୍କ କେମେଷ୍ଟ୍ରୀ । ଯାହାର ଅଳ୍ପ କିଛି ଝଲକ ଫିଲ୍ମର ମୁକ୍ତିଲାଭ କରିଥିବା ଭିଡିଓ ସଙ୍ଗ ‘ସେଲଫିସ୍’ରେ ଦେଖିବାକୁ ମିଳିଛି ।

ଗୀତରେ କିକର ଏହି ଯୋଡିଙ୍କ ମଧ୍ୟରେ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି । ଏହାସହ ଟ୍ରାଙ୍ଗୁଲାର୍ ଲଭ୍ ଷ୍ଟୋରୀର ଝଲକ ମଧ୍ୟ ରହିଛି ଏହି ଗୀତରେ । ସଲମାନ୍ – ଜ୍ୟାକଲିନ୍ ଓ ବବି ଦେଓଲଙ୍କ ମଧ୍ୟରେ ଟ୍ରାଙ୍ଗୁଲାର୍ ପ୍ରେମ କାହାଣୀ ଥିବା ଏହି ଗୀତରୁ ବୁଝା ପଡୁଛି । ତେବେ ପ୍ରକୃତ କାହାଣୀ ତ ଫିଲ୍ମ ରିଲିଜ୍ ହେଲା ପରେ ହିଁ ଜଣା ପଡିବ । ୧୫ ଜୁନରେ ପରଦାକୁ ଆସିବ ରେସ୍ – ଥ୍ରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More