Only for Entertainment

ସଲମାନଙ୍କ ସହିତ ‘ବିଗ ବସ- ୧୩’କୁ ହୋଷ୍ଟ କରି ପାରନ୍ତି କ୍ୟାଟ୍ରିନା !

India TV
34

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ତ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଦୁହେଁ ଆଉ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚା ପରିଷରକୁ ଆସିଛନ୍ତି । ଆଉ ଏହି କାରଣ ହେଉଛି ବିଗ ବସ-୧୩ ।

ଆପଣ ତ ଜାଣିଥିବେ ‘ବିଗ ବସ-୧୩’ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ମେକର୍ସ ପ୍ରସ୍ତୁତି ଆରମ୍ଭ କରିଲେଣି । ଶୋ’କୁ ପୂର୍ବ ଅପେକ୍ଷା ଟିକେ ପରିବର୍ତ୍ତନ କରିବାକୁ ମେକର୍ସ ପ୍ରୟାସ କରୁଛନ୍ତି । ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଆଗାମୀ ସିଜିନରେ କମନର୍ସ କନସେପ୍ଟ ମେକର୍ସ ଶେଷ କରିବାକୁ ଯାଉଛନ୍ତି । ଶୋ’କୁ ନେଇ ପ୍ରତି ଦିନ କିଛି ନା କିଛି ଖବର ଆସୁଥିବା ବେଳେ ଏବେ ଏକ ନୂଆ ଖବର ଶୁଣିବାକୁ ମିଳିଛି ।

salman

ଚର୍ଚ୍ଚା ହେଉଛି ଯେ, ବିଗ ବସର ଆଗାମୀ ସିଜିନରେ ସଲମାନ ଏକାକୀ ଶୋ’ ହୋଷ୍ଟ କରିବେ ନାହିଁ । ଖବର ଅନୁସାରେ ସଲମାନଙ୍କ ସହିତ କ୍ୟାଟ୍ରିନା କୈଫ ଏହି ଶୋ’କୁ ହୋଷ୍ଟ କରିପାରନ୍ତି । ମେକର୍ସଙ୍କ ମତରେ ଶୋ’ରେ ନୂଆପଣ ଆଣିବା ପାଇଁ ଏକ ଫିମେଲ ହୋଷ୍ଟ ରହିବା ଦରକାର ଏବଂ କ୍ୟାଟ୍ରିନାଙ୍କ ଠାରୁ ଏହାକୁ ଆଉ କିଏ କରି ପାରିବେ ନାହିଁ । ତେବେ ଦେଖିାଯାଉ ଏହି ଖବର କେତେ ଦୂର ସତ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More