Only for Entertainment

ସଲମାନଙ୍କୁ ଡରିଗଲେ କି ଅକ୍ଷୟ କୁମାର ? ବଦଳିଲା ‘ସୂର୍ଯ୍ୟବଂଶୀ’ର ରିଲିଜ ଡେଟ, ସାମ୍ନାକୁ ଆସିଲା ଏହି କାରଣ

Naaju
20

ବଲିଉଡ ଭାଇଜାନ ସଲମାନ ଖାନ ନିଜ ସୋସିଆଲ ମିଡଆ ଆକାଉଣ୍ଟରେ ରୋହିତ ଶେଟ୍ଟୀଙ୍କ ସହିତ ନିଜର ଏକ ଫଟୋ ସୋୟାର କରି ବଡ ଖୁଲାସା କରିଛନ୍ତି । ସଲମାନ ଖାନ ‘ଇଂଶାଲ୍ଲାହ’ ଏବଂ ‘ସୂର୍ଯ୍ୟବଂଶୀ’ର ରିଲିଜ ଡେଟ ବିଷୟକୁ ନେଇ ଖୁଲାସା କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ସଲମାନ ଖାନଙ୍କ ଫିଲ୍ମ ‘ଇଂଶାଲ୍ଲାହ’ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଏକା ସହିତ ବକ୍ସ ଅଫିସରେ ରିଲିଜ ହେବାର ଥିଲା । ଆଗାମୀ ବର୍ଷ ଇଦରେ ଏହି ଦୁଇଟି ଫିଲ୍ମ ବକ୍ସ ଅଫିସରେ ପରସ୍ପରକୁ ଟକ୍କର ଦେଇଥାନ୍ତେ । କିନ୍ତୁ ଏବେ ସୂର୍ଯ୍ୟବଂଶୀର ମେକର୍ସ ଫିଲ୍ମର ରିଲିଜ ଡେଟରେ ପରିବର୍ତ୍ତନ କରିଛନ୍ତି ।

ନିକଟରେ ‘ଇଂଶାଲ୍ଲାହ’ର ମେକର୍ସ ଇଦ ୨୦୨୦ରେ ଫିଲ୍ମକୁ ରିଲିଜ କରିବେ ବୋଲି ଘୋଷଣା କରିଥିଲେ । ଏହା ପୂର୍ବରୁ ‘ସୂର୍ଯ୍ୟବଂଶୀ’ର ମେକର୍ସ ମଧ୍ୟ ଇଦରେ ଫିଲ୍ମକୁ ରିଲିଜ କରିବା ପାଇଁ କହିଥିଲେ । ବକ୍ସ ଅଫିସରେ ହେବାକୁ ଥିବା ଏହି ଟକ୍କରକୁ ଲକ୍ଷ କରି ସଲମାନ ‘ସୂର୍ଯ୍ୟବଂଶୀ’ର ମେକର୍ସଙ୍କୁ ରିଲିଜ ଡେଟ ବଦଳାଇବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ରୋହିତ ଶେଟ୍ଟୀ ସଲମାନ ଖାନଙ୍କ ଅନୁରୋଧ ରକ୍ଷା କରି ନିଜ ଫିଲ୍ମର ରିଲିଜ ଡେଟକୁ ବଦଳାଇ ଦେଇଛନ୍ତି ।

କହିରଖୁଛୁ ଯେ , ଫିଲ୍ମ ‘ଇଂଶାଲ୍ଲାହ’ରେ ସଲମାନ ଖାନ ପ୍ରଥମ ଥର ପାଇଁ ଆଲିଆ ଭଟ୍ଟଙ୍କ ସହିତ ସ୍କ୍ରିନ ସେୟାର କରିବେ । ଏହି ପିଲ୍ମର ନିର୍ଦ୍ଦେଶନା ଦେବେ ସଂଜୟ ଲୀଲା ଭଂସାଲୀ । ସେହିପରି ‘ସୂର୍ଯ୍ୟବଂଶୀ’ରେ ଅଭିନେତା ଅକ୍ଷୟ କୁମାରଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ ନଜର ଆସିବେ । ଫିଲ୍ମରେ ଅକ୍ଷୟ କୁମାରଙ୍କୁ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରୋହିତ ଶେଟ୍ଟୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More