Only for Entertainment

ସାଉଥର ସୁପରହିଟ ଫିଲ୍ମ ରିମେକରେ କାମ କରିବେ ବବି ଦେୱଲ, ଭାଇଜାନଙ୍କ ପସନ୍ଦିତା ନିର୍ଦ୍ଦେଶକ ପ୍ରସ୍ତୁତ କରିବେ ଫିଲ୍ମ ।

bollywoodlife
0 60

ବର୍ତ୍ତମାନ ସଲମାନ ବବି ଦେୱଲଙ୍କ କ୍ୟାରିଅର ପାଇଁ ଲାଗିପଡିଥିବା ଏହା କାହାକୁ ଅଛପା ଆଉ ନାହିଁ । ରେସ-୩ରେ ବବି ଦେୱଲଙ୍କ ସଫଳ ଅଭିନୟ ପାଇଁ ସଲମାନ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ସଲମାନ ତାଙ୍କର ବନ୍ଧୁତ୍ୱ ପାଇଁ ଚାହାନ୍ତି ଯେ ବବି କିଭଳି ଭାବେ ଖୁବ ଶୀଘ୍ର ସୁପରଷ୍ଟାର ଲିଷ୍ଟରେ ସାମିଲ ହେବେ । ଖବର ମୁତାବକ ସଲମାନ ତାଙ୍କର ନିର୍ଦ୍ଧେଶକ ବନ୍ଧୁ ପ୍ରଭୁଦେବାଙ୍କ ସହ ବବିଙ୍କ ପାଇଁ କଥା ଚଲାଇଛନ୍ତି ଯେ ସାଉଥର ଏକ ସୁପରହିଟ ଫିଲ୍ମରେ ବବିଙ୍କୁ ନେଇ ପ୍ରସ୍ତୁତ କରାଯିବ ।
ଡେକ୍କାନ କ୍ରୋନିକାଲ ଖବର ମୁତାବକ ସଲମାନ ପ୍ରଭୁଦେବାଙ୍କୁ କହିଛନ୍ତି ଯେ ବବିଙ୍କୁ ଦେଇ ଏକ କମର୍ସିଆଲ ପ୍ରୋଜେକ୍ଟ ଡିଜାଇନ କରନ୍ତୁ ।ଯାହାଦ୍ୱାରା ବବି ଦେୱଲଙ୍କ ନାଁ ଖୁବ ଶୀଘ୍ର କଳାକାର ଲିଷ୍ଟରେ ଫେରିପାରିବ । ବବି ଦେୱଲ କିଛି ସମୟ ପୂର୍ବରୁ ନିଜ କ୍ୟାରିଅରରେ ଭଲ ଫିଲ୍ମ କରୁଥିଲେ କିନ୍ତୁ ଖରାପ ଫିଲ୍ମ କାରଣରୁ ଏବଂ ନିଜ ବ୍ୟକ୍ତିଗତ ଜୀବନ ସମସ୍ୟା କାରଣରୁ ଲାଇମ ଲାଇଟରୁ ଦୂରେଇ ଯାଇଥିଲେ । ମାତ୍ର ଏବେ ସଲମାନ ରେସ-୩ରେ ତାଙ୍କର ଅଭିନୟ ଦେଖି ଅନୁମାନ କରନ୍ତି ଯେ ବବିଙ୍କୁ ଆହୁରି ଆଗକୁ ଯିବାର ଅଛି ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ସଲମାନ ତାଙ୍କର ନିର୍ଦ୍ଦେଶକ ବନ୍ଧୁ ସାଜିଦ ନଡିଆଡୱାଲାଙ୍କ ସହ କଥା ହୋଇଥିଲେ ଯେଉଁ କାରଣରୁ ବବିଙ୍କୁ ହାଉସଫିଲ-୪ ପାଇଁ ସାଇନ କରାଯାଇଥିଲା । ଏହାପରେ ଏବେ ସଲମାନ ତାଙ୍କ ଫିଲ୍ମ ଭାରତରେ ମଧ୍ୟ ବବିଙ୍କୁ ନେବା ଲାଗି ପ୍ରୟାସ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More