Only for Entertainment

ସଲମାନ ଖାନଙ୍କ ଫୁଙ୍କାରେ ହୋଇଗଲା ଚମତ୍କାର, ଲଗାତାର ଦେଖା ଯାଉଛି ଏହି ମଜାଦାର ଭିଡିଓ !

50

ସୋସିଆଲ ମିଡିଆରେ ଏବେ ବୋତଲ କ୍ୟାପ ଚ୍ୟାଲେଂଜ ଭାଇରାଲ ହେବାରେ ଲାଗିଛି । ଏହି ଚ୍ୟାଲେଂଜକୁ କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ବଲିଉଡ କଳାକାର ଏବଂ ମଝିରେ ରାଷ୍ଟ୍ର ଖେଳମନ୍ତ୍ରୀ ମଧ୍ୟ ସ୍ୱୀକାର କରିଥିଲେ । ତେବେ ସମସ୍ତେ ଏହି ଚ୍ୟାଲେଂଜକୁ ନିଜ ନିଜ ଅନ୍ଦାଜରେ କରିବାକୁ ଲାଗିପଡିଛନ୍ତି । ତେବେ ବଲିଉଡ ଭାଇଜାନ ଅର୍ଥାତ ସଲମାନ ଖାନ ଏଥିରୁ କାହିଁକି ବାଦ୍ ପଡିବେ । ନିକଟରେ ସଲମାନ ଖାନ ମଧ୍ୟ ‘ବଟଲ କ୍ୟାପ ଚ୍ୟାଲେଂଜ’କୁ ପୂରା କରିଛନ୍ତି , ନିଜ ଅନ୍ଦାଜରେ । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସଲମାନ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ଫ୍ୟାନ୍ସମାନେ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି ।

 

View this post on Instagram

 

Don’t thakao paani bachao

A post shared by Salman Khan (@beingsalmankhan) on

ସଲମାନଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିଜ ଅପକମିଂ ଫିଲ୍ମ ଦବଙ୍ଗ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଚୁଲବୁଲ ନିଆରା ଅନ୍ଦାଜରେ ନଜର ଆସିବେ । ଦବଙ୍ଗ ସିରିଜର ଏହି ଫିଲ୍ମରେ ପ୍ରଭୁ ଦେବା ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ସଲମାନ ଖାନ ଏହି ମୋଷ୍ଟ ଆୱେଟେଡ ଫିଲ୍ମ ଚଳିତ ବର୍ଷ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More