Only for Entertainment

ପ୍ରଥମ ଥର ଶେହନାଜଙ୍କ ଉପରେ ଖୁବ ରାଗିଗଲେ ସଲମାନ, ଘରୁ ବାହାର କରିବା ପାଇଁ…..

71

ବିବାଦିତ ରିଆଲିଟି ଶୋ ବିଗବସ ୧୩ରେ ପ୍ରତିଦିନ କିଛି ନା କିଛି ତଡ଼କା ଦେଖିବାକୁ ମିଳୁଛି । ପ୍ରତିଯୋଗୀମାନେ କୌଣସି ନା କୌଣସି କଥାକୁ ନେଇ କଳି ଝଗଡ଼ା କରୁଥିବା ନଜର ଆସୁଛି । ଏହା ସେତେବେଳେ ଅଧିକ ବଢିଯାଏ ଯେତେବେଳେ ବିଗବସ ହୋଷ୍ଟ ସଲମାନ ୱିକେଣ୍ଡ କା ବାରରେ ସେମାନଙ୍କ କ୍ଲାସ ନିଅନ୍ତି । ଆଗାମୀ ୱିକେଣ୍ଡ କା ବାରରେ ହାଇ ଭୋଲେଟେଜ୍ ଡ୍ରାମା ଦେଖିବାକୁ ମିଳିବ । ଘରେ ପ୍ରଥମରୁ ଶେହନାଜଙ୍କ ଉପରେ ଅଭିଯୋଗ ଲାଗିଛିଯେ ସେ ମାହିରା ଶର୍ମାଙ୍କୁ ନେଇ ଇର୍ଷା କରନ୍ତି । ୱିକେଣ୍ଡ କା ବାରରେ ଏହିଭଳି କିଛି ଦେଖିବାକୁ ମିଳିବ । ଶେହନାଜଙ୍କ କିଛି ବ୍ୟବହାରରେ ସଲମାନ ଖୁବ ରାଗିଯିବେ ।

 

ଭିଡ଼ିଓରେ ଦେଖିବାକୁ ମିଳିଛି ଶେହନାଜ କାନ୍ଦୁଛନ୍ତି । କାରଣ ପୂର୍ବରୁ କରିଥିବା ବ୍ୟବହାରକୁ ନେଇ ସଲମାନ ତାଙ୍କ କ୍ଲାସ ନେଉଛନ୍ତି । ଏହାପରେ ସଲମାନ ଶେହନାଜଙ୍କ କଥାରେ ଅଧିକ ରାଗି ଯାଉଛନ୍ତି ଏବଂ ତାଙ୍କୁ ଘରୁ ବାହାର କରିଦେବା ପାଇଁ କହୁଛନ୍ତି । ତେବେ ଏହାପରେ ଶୋ’ରେ କ’ଣ ହୋଇଛି ୱିକେଣ୍ଡ କା ବାର ଦେଖିବା ପରେ ଜଣା ପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More