Only for Entertainment

ଭାଇରାଲ ଭିଡ଼ିଓ: ସିଗାରେଟ ଟାଣି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ସଲମାନ

india.com
25

ଗଣେଶ ଚତୁର୍ଥୀକୁ ସମସ୍ତେ ଖୁବ ଧୁମଧାମରେ ପାଳନ କରୁଥିଲେ । କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ପ୍ରଭୁଙ୍କ ଦିନକୁ ଖୁବ ଧୁମଧାମରେ ପାଳନ କରିଛନ୍ତି । ପ୍ରତିବର୍ଷ ଭଳି ସଲମାନଙ୍କ ପରିବାର ମଧ୍ୟ ଗଣେଶଙ୍କ ପ୍ରତିଭୂର୍ତ୍ତି ସ୍ଥାପନ କରି ପୂଜା ବିଧି ପାଳନ କଲେ । ଭଉଣୀ ଅର୍ପିତା ଖାନ ଶର୍ମା’ଙ୍କ ଗଣେଶ ଉତ୍ସବ କାର୍ଯ୍ୟକ୍ରମରେ ଖୁବ ନାଚିଲେ ଭାଇଜାନ । ସେହି କାର୍ଯ୍ୟକ୍ରମର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଭିଡ଼ିଓରେ କଥିତ ଭାବରେ ପବ୍ଲିକ ପ୍ଲେସରେ ସିଗାରେଟ ଟାଣୁଥିବାର ନଜର ଆସିଛନ୍ତି । ସଲମାନଙ୍କ ସହିତ ତାଙ୍କ ଭିଣୋଇ ଅତୁଲ ଅଗ୍ନିହୋତ୍ରୀ ମଧ୍ୟ ସିଗାରେଟ ଟାଣୁଥିବାର ନଜର ଆସିଛନ୍ତି । ଦବଙ୍ଗ ଖାନଙ୍କ ସହିତ ତାଙ୍କ ବଡିଗାର୍ଡ଼ ଶେରା ମଧ୍ୟ ନଜର ଆସିଛନ୍ତି । ସଲମାନଙ୍କ ଏହି ଭିଡ଼ିଓ ଭାଇରାଲ ହେବା ପରେ ଦର୍ଶକ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More