Only for Entertainment

ସଲମାନଙ୍କୁ ଦେଖା କରିବା ପାଇଁ ଚୀନରୁ ଭାରତ ପହଁଚିଲେ ଫ୍ୟାନ, ଭାଇରାଲ ହେଉଛି ଭିଡିଓ

NDTV Khabar
53

ଆପଣ ଜାଣନ୍ତି ଯେ ବଲିଉଡ ଭାଇଜାନ ସଲମାନ ଖାନ ତାଙ୍କ ଫ୍ୟାନ୍ସଙ୍କୁ କେତେ ଭଲ ପାଆନ୍ତି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ସଲ୍ଲୁଙ୍କ ଜବରଦସ୍ତ ଫ୍ୟାନ ଫଲୋଇଂ ରହିଛି । ସଲମାନ ନିଜ ଦେଶର ଫ୍ୟାନ୍ସଙ୍କୁ ଯେତିକି ଭଲ ପାଆନ୍ତି ବିଦେଶୀ ଫ୍ୟାନ୍ସଙ୍କୁ ମଧ୍ୟ ସେତିକି ଭଲ ପାଆନ୍ତି । ନିକଟରେ ସଲମାନ ଖାନ ଏବଂ ତାଙ୍କର ଜଣେ ବିଦେଶୀ ଫ୍ୟାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

 

View this post on Instagram

 

我什么时候才能见到他啊!?呜呜呜呜呜呜#salmankhanfans #salmankhansmile #salman #beingsalmankhan #salmankhan

A post shared by 萨米 (@aamirsalmankhan_fanpage) on

ଏହି ଭିଡିଓରେ ସଲମାନ ଖାନ ଚୀନରୁ ଆସିଥିବା ଜଣେ ଫ୍ୟାନଙ୍କ ସହିତ ସାକ୍ଷାତ କରୁଛନ୍ତି । ଭିଡିଓରେ ତାଙ୍କ ଫ୍ୟାନ ମଧ୍ୟ ସଲମାନଙ୍କୁ ଦେଖା କରି ଖୁବ ଖୁସିଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଆମୀର ସଲମାନଙ୍କ ଫ୍ୟାନ୍ କ୍ଲବ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ନିକଟରେ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ ରିଲିଜ ହୋଇଛି । ଏହା ସଲମାନଙ୍କ କ୍ୟାରିଅରର ସବୁଠାରୁ ବଡ ଓପନିଂ । ସେଥିପାଇଁ ସଲମାନ ଟ୍ୱିଟ କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫିଲ୍ମରେ ସଲମାନଙ୍କ ବ୍ୟତିତ କ୍ୟାଟ୍ରିନା କୈଫ, ତବୁ, ଦିଶା ପାଟନୀ, ନୋରା ଫତେହୀ, ଜ୍ୟାକି ଶ୍ରଫ ଏବଂ ସୁନିଲ ଗ୍ରୋଭରଙ୍କ ପରି କଳାକାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More