Only for Entertainment

ସଲମାନଙ୍କୁ ଦେଖି କ୍ରେଜି ହେଲେ ଫ୍ୟାନ୍ସ ! ଥିଏଟର ଭିତରେ କଲେ ଡ୍ୟାନ୍ସ

instagram
0 38

ସଲମାନ ଖାନଙ୍କ ଫିଲ୍ମ ‘ରେସ-୩’ ବକ୍ସ ଅଫିସରେ ଧମାଲ ମଚାଇଛି । ଇଦରେ ରିଲିଜ ହୋଇଥିବା ସଲମାନଙ୍କ ଫିଲ୍ମ ମାତ୍ର ୩ ଦିନରେ ୧୦୬.୪୭ କୋଟି ବ୍ୟବସାୟ କରି ରେକର୍ଡ କରିଛି । ଦର୍ଶକମାନେ ମଧ୍ୟ ସଲମାନଙ୍କ ଫିଲ୍ମ ଦେଖିବା ପାଇଁ ଥିଏଟରରେ ଭିଡ ଲଗାଇଛନ୍ତି । ତେବେ ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦର୍ଶକ ‘ରେସ-୩’ ଗୀତ ହିରିୟେରେ ଥିଏଟର ଭିତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

 

ଏହି ଭିଡିଓକୁ ଫିଲ୍ମର ନିର୍ଦ୍ଦେଶକ ରେମୋ ଡିସୁଜା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ କିଛି ଲୋକ ସିଟରେ ବସି ଝୁମୁଥିବାର ଦେଖିବାକୁ ମିଳିଥିବା ବେଳେ କିଛି ଲୋକ ସ୍କ୍ରିନ ପାଖରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ସଲମାନଙ୍କ ପାଇଁ ଥିବା ଦର୍ଶକଙ୍କର ଏହି ପାଗଳପଣ ଫିଲ୍ମର ବ୍ୟବସାୟକୁ ୩୦୦ କୋଟିରେ ପହଁଚାଇଦେବ ବୋଲି ଆଶା କରାଯାଉଛି ।


ସଲମାନଙ୍କ ଏହି ଫିଲ୍ମକୁ ଫ୍ୟାନ୍ସମାନଙ୍କ ଭଲ ରେସ୍ପନ୍ସ ମିଳିଛି । ଫ୍ୟାନମାନେ ମୁଭିକୁ ନୁହେଁ ସଲମାନଙ୍କୁ ପରଦାରେ ଦେଖିବା ପାଇଁ କ୍ରେଜି ହୋଇଯାଇଛନ୍ତି । କେତେକ ଥିଏଟରକୁ ସଲମାନଙ୍କ ଫ୍ୟାନ୍ସମାନେ ବଧୂବେଶରେ ସଜାଇଥିବା ବେଳେ ନେପାଳର ଏକ ଥିଏଟରରେ ଫ୍ୟାନମାନେ ରେସ-୩ ପ୍ରିଣ୍ଟେଡ ଟି-ସାର୍ଟରେ ନଜର ଆସିଥିଲେ । ଦୁବାଇରେ ମଧ୍ୟ ସଲମାନଙ୍କ ଫ୍ୟାନମାନଙ୍କ କ୍ରେଜି ଅନ୍ଦାଜ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More