Only for Entertainment

ପୂର୍ଣ୍ଣା ପଟେଲଙ୍କ ବିବାହରେ ସଲମାନ ଦେଖାଇଲେ ଡ୍ୟାନ୍ସର ଜଲୱା ।

youtube
0 38

ବଲିଉଡ ଆକ୍ଟର ସଲମାନ ଖାନ ନିକଟରେ ରାଜନେତା ପ୍ରଫୁଲ ପଟେଲଙ୍କ ଝିଅ ପୂର୍ଣ୍ଣ ପଟେଲଙ୍କ ବିବାହରେ ପହଂଚିଥିଲେ । ଏହି ବିବାହରେ ସଲମାନ ଷ୍ଟେଜରେ ଧୁମ ଡ୍ୟାନ୍ସ କଲେ । ଏହି ଡ୍ୟାନ୍ସର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓରେ ସଲାମନ ତାଙ୍କର ହିଟ ଫିଲ୍ମ ହମ ଆପକେ ହୈ କୌନ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହାପରେ ୱାଂଟେଡର ହିଟ ଗୀତରେ ଡ୍ୟାନ୍ସ ମଧ୍ୟ କରିଛନ୍ତି ।

କେବଳ ସଲମାନ ଖାନ ନୁହଁନ୍ତି ଅନ୍ୟ କେତେକ ସେଲିବ୍ରେଟୀ ମଧ୍ୟ ବିବାହରେ ପହଂଚିଥିଲେ । ସଲମାନଙ୍କ ପରେ ଧୋନିଙ୍କ ପତ୍ନୀ ସାକ୍ଷୀ ସମସ୍ତଙ୍କ ହୃଦୟକୁ ଜିତିନେଲେ । ସାକ୍ଷୀ ମଧ୍ୟ ଖୁବ ଭଲ ହ୍ୟାନ୍ସ କରିଥିବାର ନଜର ଆସିଛନ୍ତି । ଅଭିନେତ୍ରୀ ଜ୍ୟାକଲିନ ସଙ୍ଗୀତ ସମାରେହରେ ନଜର ଆସିଥିଲେ । ସବୁଠାରୁ ଖାସ କଥା ହେଉଛି ସେ ଶାଢି ପିନ୍ଧି ଠୁମକା ଲଗାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More