Only for Entertainment

ବିଗ୍ ବସ୍ ପାଇଁ ସଲମାନଙ୍କ ବଡ ଡିମାଣ୍ଡ, ଗୋଟିଏ ଏପିସୋଡ୍ ପାଇଁ ଚାର୍ଜ କଲେ ୧୪ କୋଟି ।

TheStorypedia
0 31

ବିଗ୍ ବସ୍ କହିଲେ ପ୍ରଥମ ଆଖି ଆଗକୁ ଆସେ ସଲମାନ୍ ଖାନଙ୍କ ଚେହେରା । ସଲମାନ୍ ଖାନଙ୍କ ବିନା ବିଗ୍ ବସ୍ ଯେପରି ଅଧୁରା । ବିଗ୍ ବସ୍ ସିଜିନ୍ – ୧୨ ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏହି ରିୟାଲିଟି ଶୋ’ର ପ୍ରଥମ ପ୍ରୋମୋ ମଧ୍ୟ ରିଲିଜ୍ ହୋଇ ଯାଇଛି । ଆଉ ସଲମାନଙ୍କ  ଏହି ଚାହିଦା ପାଇଁ ତାଙ୍କର ଚାର୍ଜ ବି ବଢିବାରେ ଲାଗିଛି । ବିଗ୍ ବସ୍ ସିଜିନ୍ ୧୨ ପାଇଁ ସଲମାନ୍ ଖାନ୍ ଏବେ ବଡ ଡିମାଣ୍ଡ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ଏପିସୋଡ୍ ପାଇଁ ସଲମାନ୍ ୧୪ କୋଟିର ଫିସ୍ ମାଗିଛନ୍ତି ।

ବଲିଉଡ୍ ସ୍ପାଏର ଏକ ରିପୋର୍ଟ ଅନୁସାରେ ସଲମାନ୍ ଖାନ୍ କଂଟ୍ରୋଭର୍ସିଆଲ୍ ଶୋ ବିଗ୍ ବସ୍ ସିଜିନ୍ ୧୨ର ପ୍ରତ୍ୟେକ ଏପିସୋଡ୍ ପାଇଁ ୧୨ ରୁ ୧୪ କୋଟି ଟଙ୍କା ଚାର୍ଜ କରିଛନ୍ତି । ଆଉ ଉକ୍ତ ଚ୍ୟାନେଲ୍ ଓ ଶୋର ପ୍ରଯୋଜକ ମାନେ ସଲମାନଙ୍କୁ ତାଙ୍କ ମନ ମୁତାବକ ପାଉଣା ଦେବାକୁ ରାଜି ମଧ୍ୟ ହୋଇଛନ୍ତି । କାରଣ, ବିଗ୍ ବସ୍ ଶୋ’ର ମୁଖ୍ୟ ଆକର୍ଷଣ ସଲମାନ୍ ଖାନ୍ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସଲମାନଙ୍କ ପାଇଁ ଶୋ’ର ଚାହିଦା ଢେର୍ ବଢି ଯାଇଥାଏ । ଏବେ ଦେଖିବାକୁ ବାକି ରହିଲା ଏହି ମୋଟା ଅଙ୍କର ପାଉଣା ସହ ସଲମାନ୍ ଏଥର ବିଗ୍ ବସ୍ ସିଜିନରେ କି କମାଲ୍ ଦେଖାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More