Only for Entertainment

ଡ୍ୟାନ୍ସିଂ ଅଙ୍କଲ ଡବୁ ସଲମାନଙ୍କୁ କଲେ ଫ୍ଲାଇଂଗ କିସ, ଏହା ଦେଖି ସୁପରଷ୍ଟାର ଦେଲେ କିଛି ଏଭଳି ପ୍ରତିକ୍ରିୟା ।

khabarNDTV
0 91

ସୋସିଆଲ ମିଡିଆର ସୁପରଷ୍ଟାର ହୋଇଥିବା ମଧ୍ୟପ୍ରଦେଶର ବିଦିଶାର ଡାନ୍ସିଂ ଅଙ୍କଲ ସଂଜୀବ ଶ୍ରୀବାସ୍ତବଙ୍କ ଜଲୱା ଏବେ ବଲିଉଡରେ ମଧ୍ୟ ଯାଦୁ ଦେଖାଇସାରିଲାଣି । ସଲମାନ ଖାନ ମଧ୍ୟ ତାଙ୍କ ଡ୍ୟାନ୍ସର ଯାଦୁରେ ଦିୱାନା ହୋଇ ଯାଇଛନ୍ତି । ଡବୁ ଅଙ୍କଲ ନାଁରେ ପ୍ରସିଦ୍ଧ ହୋଇଥିବା ସଂଜୀବ ଶ୍ରୀବାସ୍ତବ ଗୋବିନ୍ଦା ଏବଂ ମିଥୁନଙ୍କ ଗୀତରେ ଡ୍ୟାନ୍ସ କରି ସାରା ଦେଶରେ କୋଟ କୋଟି ଲୋକଙ୍କ ହୃଦୟ ଜିତି ସାରିଲେଣି । ପେଶାରେ ପ୍ରଫେସର ଥିବା ସଂଜୀବ କିଛି ଏଭଳି ଭାଇରାଲ ହେବା ପରେ ଏବେ ସେ ପହଂଚିଛନ୍ତି ‘ଦଶ କା ଦମ’ ମଂଚରେ । ଆଗାମୀ ସପ୍ତାହରେ ଆସିବାକୁ ଥିବା ଦଶ କା ଦମ ଏପିସୋଡରେ ଡବୁ ଅଙ୍କଲ ତାଙ୍କ ଡ୍ୟାନ୍ସର ଜଲୱା ଦେଖାଇବେ ।

ସୋନି ଏଂଟରଟେନମେଂଟ ‘ଦଶ କା ଦମ’ର ଆଗାମୀ ସପ୍ତାହର ଏକ ଭିଡିଓ ରିଲିଜ କରିଛନ୍ତି, ଯେଉଁଥିରେ ଡବୁ ଅଙ୍କଲ ଗୋବିନ୍ଦାଙ୍କ ଗୀତରେ ଏକ ପ୍ରକାର ଜୋଶ୍ ରେ ଡ୍ୟାନ୍ସ କରିବାର ଦେଖିବାକୁ ମିଳିଛି । ତାଙ୍କୁ ସଲମାନ ଏକ ଲୟରେ ଚାହିଁ ରହିଛନ୍ତି । ମାତ୍ର କମାଲ ସେତେବେଳେ ହେଉଛି ଯେତେବେଳେ ଡବୁ ଅଙ୍କଲ ସଲମାନଙ୍କୁ ଫ୍ଲାଇଙ୍ଗ କିସ କରୁଛନ୍ତି ଏବଂ ଏହା ଦେଖି ସଲମାନ ହସି ହସି ଲୋଟପୋଟ ହୋଇଯାଉଛନ୍ତି । ପ୍ରଥମଥର ଲାଗି ଡବୁ ଅଙ୍କଲ ଟିଭିରେ ନଜର ଆସିବା ଲାଗି ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More