Only for Entertainment

ସଲମାନଙ୍କ ପ୍ରେମରେ ପାଗଳ ଏହି ପ୍ରଶଂସକ, ‘ଭାରତ’ ପାଇଁ ବୁକ କଲେ ପୂରା ଥିଏଟର

google
34

ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ଭାରତ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ରିଲିଜ୍‌ ପୂର୍ବରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ କେତେ ରହିଛି ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତେବେ ରିଲିଜ୍‌ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ନାସିକ୍‌ରେ ରହୁଥିବା ସଲମାନଙ୍କ ଜଣେ ପ୍ରଶଂସକ ଫିଲ୍ମ ପାଇଁ ପୂରା ଥିଏଟର ବୁକ୍‌ କରି ନେଇଥିବା ଜଣା ପଡ଼ିଛି । ପୂର୍ବରୁ ଫିଲ୍ମ ସୁଲତାନ ପାଇଁ ସଲମାନଙ୍କ ଜଣେ ପ୍ରଶଂସକ ପୂରା ଥିଏଟର ବୁକ୍‌ କରି ଦେଇଥିଲେ । ଦ୍ୱିତୀୟ ଥର ପାଇଁ ପୁଣି ସେଭଳି ଏକ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ଆଶିଷ ସିଙ୍ଘଲ ନାମକ ଜଣେ ଯୁବକ ପ୍ରଥମ ଦିନ ପ୍ରଥମ ସୋ’ ଦେଖିବା ପାଇଁ ନାଶିକର ପୂରା ଥିଏଟର ବୁକ୍‌ କରି ନେଇଛନ୍ତି ।

ଆପଣଙ୍କୁ କହିବାକୁ ଚାହିଁବୁ, ଭାରତ ଫିଲ୍ମରେ ସଲମାନଙ୍କ ୫ଟି ଭିନ୍ନ ଭିନ୍ନ ଲୁକ୍ ଦେଖିବାକୁ ମିଳିବ। ସେ ଫିଲ୍ମରେ ସର୍କସ ଚାମ୍ପିୟାନ୍ସରୁ ଆରମ୍ଭ କରି ୬୦ବର୍ଷ ବ୍ରୁଦ୍ଧଙ୍କର ଚରିତ୍ରରେ ସଲମାନଙ୍କୁ ଦେଖିବାକୁ ମିଳିବ। ଏଥିରେ ସଲମାନଙ୍କ ବ୍ୟତୀତ କେଟ୍ରିନା କୈଫ, ତବୁ, ଦିଶା ପଟନୀ, ସୁନୀଲ ଗ୍ରୋଭର ଏବଂ ଜ୍ୟାକି ସରଫଙ୍କୁ ଆଦି ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More